ପ୍ରେମ ଦିବସରେ ନାରୀ ସମ୍ମାନ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଫେବୃୟାରୀ ୧୪ ବୁଢ଼ାରଜା ୟୁଥ୍ ଏସୋସିଏସନ୍ ପକ୍ଷରୁ ପ୍ରେମ ଦିବସରେ ନାରୀ ସମ୍ମାନ ଉଦ୍ଦେଶ୍ୟରେ ୧୪ ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ କଳାପଥର ସମିତି ସଭ୍ୟ ତଥା ଅନୁଷ୍ଠାନର ଉପଦେଷ୍ଟା ଅରବିନ୍ଦ ବାରିକ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର, ସ୍ୱରୂପ ପାତ୍ର, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀକାନ୍ତ କୁମାର ମିଶ୍ର, ସୋମ୍ ପ୍ରକାସ ରୋସନ କେଶରୀ ପଣ୍ଡା, ଶୁକ୍ଳାମ୍ବର ପାଣିଗ୍ରାହୀ, ରିତୁ ଦାଶ, ପ୍ଲାବନ ମହାପାତ୍ର, ଜଗନ୍ନାଥ ତ୍ରିପାଠୀ, ସୌମ୍ୟ ରଞ୍ଜନ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରକୁ ଅନୁଷ୍ଠାନର ସଭାପତି ଦିବ୍ୟ ରଞ୍ଜନ ସାହୁ, ସଂପାଦକ ଚିତ୍ତ ରଞ୍ଜନ ଭୋଇ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ଦାସ ଓ ଅନୁଷ୍ଠାନର ସଦସ୍ୟ ଶିବ ଶଙ୍କର ନାଏକ, ସାଲବେଗ ନାଏକ, ଶୈଳେନ୍ଦ୍ର ବାରିକ, ଅରବିନ୍ଦ ଝା, ସୂର୍ଯ୍ୟକାନ୍ତ ନାୟକ, ଅରୁଣ କୁମାର ମେହେର, ଦେବାଶିଷ ବାରିକ, ପ୍ରକାଶ ସିଂ, ବଳରାମ ସା, ରାଜକୁମାର ବାରିକ, ରାମଚନ୍ଦ୍ର ସ୍ୱାଇଁ, ତପନ ସାହୁ, ବାଦଲ ସାହୁ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଶିବିରର ସୁପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରେମ ଦିବସକୁ ୰ନିର୍ଭୟା ପାଇଁ ଉତ୍ସର୍ଗ କରାଯାଇ ୨୦୧୩ ମସିହାଠାରୁ ଅନୁଷ୍ଠାନ ପକ୍ଷରୁ “ନାରୀକୁ ସମ୍ମାନ ଦିବସ” ରୂପେ ପାଳନ କରାଯାଇ ରକ୍ତଦାନ ଶିବିର ଅୟୋଜନ କରାଯାଉଛି । ଏବଂ ଆଗାମୀ ଯୁବପୀଢ଼ିଙ୍କୁ ସମାଜକୁ ଏକ ପରିବର୍ତ୍ତନର ବାର୍ତ୍ତା ପହଞ୍ଚାଇଛି ସୋନପୁର ବୁଢ଼ାରଜା ୟୁଥ୍ କ୍ଲବ୍ । ଆଜିର ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସମାଜସେବୀ, ସାମ୍ୱାଦିକ ପ୍ରମୁଖ ଯୋଗଦେଇଥିବା ବେଳେ ବୁଢ଼ାରଜା ଏସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.