ଓମ ଭ୍ୟାଲି ସ୍କୁଲରେ ଅଜା ଆଈ ଜେଜେ ମା’ ଜେଜେ ବାପା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ୧୪ ତାରିଖ ଶନିବାର ସନ୍ଧ୍ୟା ସମୟରେ ସର୍ଗିଗୁଡା ଠାରେ ଅବସ୍ଥିତ ଥିବା ଓମ ଭ୍ୟାଲି ସ୍କୁଲରେ ଦାଦା ଦାଦି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଜା, ଆଈ, ଦାଦା ଦାଦିଙ୍କୁ ସ୍କୁଲର ଶିକ୍ଷୟିତ୍ରୀମାନେ ଟୀକା ଲଗାଇ ସ୍ଵାଗତ କରିଥିଲେ । ଏହାପରେ ଅଜା ଆଈଙ୍କ ସହ ସେଲ୍ଫି ଷ୍ଟାଣ୍ଡରେ ଫଟୋ ଉଠାଇଥିଲେ । ତା’ପରେ ସମସ୍ତେ ଆସିବା ପରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ପ୍ରିୟା ସିଂହ । ଏହି ଅବସରରେ ଓମ ଭ୍ୟାଲି ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ଲାୟନ ଦୀପକ କୁମାର ସାହୁ, ଭାଇସ ଚେୟାର ପର୍ସନ ଶ୍ରୀମତୀ ସଙ୍ଗୀତା ସାହୁ, ଅତିଥି ଭାବେ ଦୟା ସାଗର ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ, ସ୍କୁଲ ଅଧ୍ୟକ୍ଷ ଏନ୍ ନାଗା ମାଲେଶ୍ୱର ରାଓ, ସ୍କୁଲର ଚିଫ ଏଡଭାଇଜର ରୋବୀନ ଚନ୍ଦ୍ର ପାରମାଣିକ, ଜୁନିଅର ୱିଂସ କୋର୍ଡିନେଟର ନିଶି ବେରି ପ୍ରମୁଖ ମଞ୍ଚାସିନ ହେବା ପରେ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କରାଯାଇଥିଲା । ତାପରେ ପ୍ରଭୁ ଗଣେଶ ବନ୍ଦନା ସହିତ ପ୍ରଦୀପ ପ୍ରଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସ୍ଵାଗତ ଭାଷଣ ଦେଇଥିଲେ ୟୁଜେଜି ଶ୍ରେଣୀର ସନାୟା ବାରିକ, ଶ୍ଲୋକ ପାଠ କରିଥିଲେ ସୁନନ୍ୟା ସାହୁ ଏଲକେଜି ଶ୍ରେଣୀର । ଏହାପରେ ଅଜା ଆଈ, ଜେଜେ ବାପା ଜେଜେ ମା’ଙ୍କ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ଚରଣ ବନ୍ଦନା କରଯାଇଥିଲା । ଏହାପରେ ପ୍ରି-ପ୍ରାଇମେରୀ ଶିଶୁମାନେ ନୃତ୍ୟ ପରିବେଷଣ କରିଥିଲେ । ଏହା ପରେ ଅଜା ଜେଜେ ବାପାମାନଙ୍କ ପାଇଁ ଖେଳ ପେନସିଲ ବ୍ୟାଲାନ୍ସିଂ ରେସ୍ ଆୟୋଜନ କରାଯାଇଥିଲା, ଯେଉଁଥିରେ ଜେଜେ ବାପାମାନେ ନିଜର ଛୁଆ ହାତରୁ ପୁରସ୍କାର ପାଇବା ପାଇଁ ବହୁତ ଜୋରରେ ଦଉଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜେତା ମଧ୍ୟ ହୋଇ ସ୍କୁଲ ଚେୟାରମେନ ଦୀପକ ସାହୁଙ୍କ ହାତରୁ ପୁରସ୍କୃତ ହୋଇଥିଲେ । ଏହାପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଘରେ ଥିବା ଅଜା ଆଇଙ୍କ ମହତ୍ତ୍ଵ କଣ ରହିଛି ସେ ବିଷୟରେ ଏକ ନାଟ୍ୟ ପରିବେଷଣ କରାଯାଇଥିଲା । ଯାହା ଦେଖି ଅଭିଭାବକଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ଏହାପରେ ଜେଜେ ମା/ ଆଈମାନଙ୍କ ପାଇଁ ଖେଳ (ମ୍ୟୁଜିକାଲ୍ ଚେୟାର ଖେଳ ଖେଳା ଯାଇଥିଲା । ସେଠାରେ ବିଜେତା ହୋଇଥିବା ଜେଜେ ମାଙ୍କୁ ସ୍କୁଲର ଭାଇସ ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ ପୁରସ୍କୃତ କରିଥିଲେ । ଏହା ପରେ ଅଜା ଆଈ ଜେଜେ ମା’ ଜେଜେ ବାପାମାନେ ନିଜର ଅନୁଭୂତି ପ୍ରଦାନ କରିଥିଲେ । ଏହାପରେ ଉଭୟ ଅଜା ଆଈଙ୍କୁ ନେଇ ମିଶ୍ରିତ ଖେଳ ରିଙ୍ଗ ଏକ୍ସଚେଞ୍ଜ ଖେଳାଯାଇଥିଲା । ସତରେ ଆଜିର ଯୁଗରେ ଯୁବ ପୀଢ଼ି ପାଶ୍ଚାତ୍ୟ ଦେଶର ପରମ୍ପରା ଯାହାକି ଭେଲେନ୍ ଟାଇନ ଡେ ମନାଇବାରେ ବ୍ୟସ୍ତ ଥିବା ପିତାମାତା ହୁଅନ୍ତୁ କି ଅଜା ଆଇଙ୍କୁ ଅବମାନନା କରିବା ସହ ତାଙ୍କୁ ଗୁରୁତ୍ଵ ଦେଉନାହାନ୍ତି । ଏହାକୁ ଆଖି ଆଗରେ ରଖି ଓମ୍ ଭ୍ୟାଲି ସ୍କୁଲରେ ଘରର ବରିଷ୍ଠ ମୁରବୀଙ୍କୁ ଡାକି ଏକ ସୁନ୍ଦର ମହୋଲ ତିଆରି କରିବା ସହ ତାଙ୍କୁ ସମ୍ମାନ ସହ ସମ୍ବର୍ଦ୍ଧନା ଦେବା ଯାହାକି ଆମ ଭାରତୀୟ ସଂସ୍କୃତି ଅନୁସାରେ ଆମ ପରମ୍ପରା, ଆମର ସଭ୍ୟତାକୁ ବଞ୍ଚେଇ ରଖିବାର ପ୍ରୟାସକୁ ମାନିବାକୁ ପଡ଼ିବ ।

Leave A Reply

Your email address will not be published.