csstore

ମୁରିବାହାଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ‘ଚା ଖଟିରେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶନିବାର ହସ୍ପିଟାଲ ଛକ ନିକଟରେ ‘ଚା ଖଟିରେ ଚର୍ଚ୍ଚା’ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଗିରିଧାରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ଉପସଭାପତି ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନୀଲ ମେହେର ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ଯାହାକି ମନରେଗା ଆଇନ ପରିବର୍ତ୍ତେ ବିଭି-ଜି ରାମଜି ଯୋଜନା ଆଣି ଜବକାର୍ଡଧାରୀ ଶ୍ରମିକଙ୍କୁ ଉପେକ୍ଷିତ କରିବା, ଟାଟା ପାୱାରର ଜୁଲମ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩୬୯ ଟଙ୍କା ଦେବା ସହିତ ଇନପୁଟ ସବସିଡି ୮ଶହ ଟଙ୍କା ପ୍ରଦାନ ଓ କଟନି ଛଟନି ବନ୍ଦ କରିବା ଆଦି ପ୍ରସଙ୍ଗରେ ଉଭୟ କଂଗ୍ରେସ ନେତାମାନେ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ ସମ୍ପାଦକ ବିଭିଷଣ ମହାନନ୍ଦ, ଯଦୁପତି ଅଗସ୍ତି, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ନରେନ୍ଦ୍ର ବନଛୋର, ଜିତେନ ହାତୀ, ତେଜରାଜ ଲୁହା, ପୁରନ ମାଝୀ, ବୁଲୁ ବିଶି, ବିଷ୍ଣୁ ସାହୁ, ବିଷ୍ଣୁ ନାରାୟଣ ବହିଦାର, ସୁବାସ ବୟେ, ପରମାନନ୍ଦ ମହାନ୍ତି, ରେଣୁ ବେନିଆଁ, ଦୁର୍ବାସା ସାହୁ, ପୂର୍ଣ୍ଣଚନ୍ଦ୍ର ପୁଟେଲ, ନିଶିକାନ୍ତ ଦୀପ, ଇଶ୍ଵର ଭୋଇ, କ୍ଷୀରସିନ୍ଧୁ ବାଗ, ଜଗତରାମ ବେହେରା, ମାଧବ ସାହୁ, ସତ୍ୟବାନ ନାଗ, ମକୁନ୍ଦ ବଘାର, ବସନ୍ତ ପାତ୍ର, ଗୋପୀ ସେଠ, ଗୋପାଳ ପଟ୍ଟନାୟକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.