କୁଲିହାବାହାଲ କ୍ରିକେଟ ପ୍ରତିଯୋଗିତା : ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ଅନ୍ତର୍ଗତ କୂଲିଆବାହାଲ ହରିଶଙ୍କର କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଦେଓଗାଁ ଓ ସିଆଲଜୋର୍ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ବିଜୟୀ ହୋଇ ଦେଓଗାଁ ଦଳ ଚାମ୍ପିଅନ ହୋଇଥିଲା । ଏହି ଅବସରରେ ଅତିଥି ଭାବେ ପୁରୁଷୋତ୍ତମ ସାହୁ, ହର ଭାଟି, ଲଳିତ ବାଗ, ମନୋଜ ସାହୁ, ଧରମ ନାଗ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.