ଯୋଗ ବେଦାନ୍ତ ସମିତି ଆନୁକୂଲ୍ୟରେ ମାତୃପିତୃ ପୂଜନ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରେ) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ଗୃହରେ ସ୍ଥାନୀୟ ଯୋଗ ବେଦାନ୍ତ ସେବାଶ୍ରମ ଆନୁକୂଲ୍ୟରେ ମାତୃପିତୃ ପୂଜନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଫେବୃଆରୀ ୧୪କୁ ଭେଲେନଟାଇନ୍ ଡେ’ ଭାବରେ ସମଗ୍ର ବିଶ୍ଵରେ ପାଳନ କରୁଥିବା ବେଳେ ଭାରତ ବର୍ଷର ଅନେକ ସ୍ଥାନରେ ଏହି ଦିନକୁ ମାତୃପିତୃ ଦିବସ ରୂପେ ପାଳନ କରାଯାଇ ଏକ ଧର୍ମୀୟ ଜାଗରଣ ପାଈଁ ପ୍ରଚେଷ୍ଟା କରାଯାଉଥିବା ବେଳେ ଏହାର ଗ୍ରହଣୀୟତା ମଧ୍ୟ ବଢିବାରେ ଲାଗିଛି । ଭାରତ ବର୍ଷରେ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ବହୁଳ ଭାବରେ ପ୍ରଚଳିତ ହେଇ ଆସୁଥିବା ବେଳେ ସେଭଳି ପଦକ୍ଷେପ ପୁରାତନ ସଂସ୍କୃତିର ପୁନର୍ଜାଗରଣ କ୍ଷେତ୍ରରେ ସହାୟକ ହେବ ବୋଲି ଆଲୋଚନା ହେଉଛି । ସନ୍ଥ ଶ୍ରୀ ଆଶାରାମ ଜିଙ୍କ ଶିଷ୍ୟ ମନ୍ମଥ ଭାଇ ମାତୃପିତୃ ଦିବସ ସଂକ୍ରାନ୍ତରେ ଉପସ୍ଥିତି ସମସ୍ତ ପରିବାରଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ତିନି ଶହରୁ ଅଧିକ ମାତୃପିତୃ ପୂଜନରେ ସଂପୃକ୍ତ ଶିଶୁମାନେ ସାମିଲ ହୋଇ ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥଲେ । ଜୟପାଟଣା ଯୋଗ ବେଦାନ୍ତ ସେବା ସମିତିର ପରିଚାଳକ ତଥା ସନ୍ଥ ଶ୍ରୀ ଆଶାରାମ ବାପୁଙ୍କ ଶିଷ୍ୟ ଶାନ୍ତନୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥଲେ । ଏହି ଅବସରରେ ସମାଜସେବୀ ଶେଷଦେବ ବେହେରା, ବିଶ୍ଵ ହିନ୍ଦୁ ପରିଷଦର ସମ୍ପାଦକ ଭାରତେନ୍ଦୁ ବେହେରା, ଅବସର ପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ, ଜୟପାଟଣା ଶିଶୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଶ୍ଵ ଜୀବନ ପାଢ଼ୀ, ସମାଜସେବୀ ବିକ୍ରମ ମହାରଣା, ମାରୱାଡ଼ି ମହିଳା ମଣ୍ଡଳ ସଭାନେତ୍ରୀ ଅନିତା ଜୈନ ପ୍ରମୁଖ ଏହି ଦିବସ ଉପଲକ୍ଷେ ବଳିଷ୍ଠ ବକ୍ତବ୍ୟ ରଖିଥିଲେ । ସାନ୍ଧ୍ୟ ସମୟରେ ମୁଖୀଗୁଡ଼ା ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ମାତୃପିତୃ ପୂଜନ ଦିବସ ପାଳନ ହୋଇଯାଇଛି ।

Leave A Reply

Your email address will not be published.