ଦଧିହାଣ୍ଡି ପରିକ୍ରମା ସହ ସମ୍ପନ୍ନ ହେଲା ଛପନ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଦଧିହାଣ୍ଡିର ଭବ୍ୟ ପରିକ୍ରମା ସହ ଭାବ ବିହ୍ୱଳ ପରିବେଶ ମଧ୍ୟରେ ସମ୍ପନ୍ନ ହେଲା ବହୁଚର୍ଚ୍ଚିତ ଜୟପାଟଣା ମହାବୀର ପଡ଼ା ତୁଳସୀ ଚଉରା ଠାରେ ଆୟୋଜିତ ଛପନ ପ୍ରହର ନାମଯଜ୍ଞ । ସାତଦିନ ଧରି ଆୟୋଜିତ ନାମ ସଙ୍କୀର୍ତ୍ତନ ତଥା ଅଖଣ୍ଡ ନାମଯଜ୍ଞରେ ନିଜକୁ ସାମିଲ କରି ପୂଣ୍ୟ ଅର୍ଜନ ପାଇଁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ନିଜକୁ ଭଗବତ ସାଧନାରେ ସାମିଲ ହେବା ସହ ପରିଚାଳନାରେ ମଧ୍ୟ ସହଯୋଗର ହାତ ବଢ଼ାଇ ଥିଲେ । ଏହି ନାମଯଜ୍ଞରେ ଜିଲ୍ଲା ଓ ଜିଲ୍ଲା ବାହାରୁ ୩୫ରୁ ଅଧିକ ଦଳ ସାମିଲ ହୋଇଥିଲେ । ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ସ୍ଥାନୀୟ ଯଜ୍ଞ ପାଳନ କମିଟିର ଶତାଧିକ ଯୁବକ ଓ ବହୁଳ ସଂଖ୍ୟାରେ ମାତୃମଣ୍ଡଳୀଙ୍କ ସଦୟ ସେବା ମନୋଭାବ ଯଜ୍ଞ କର୍ମକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ରଖିଥିଲା । ଶନିବାର ସକାଳ ଆଠଟାରେ ନାମଯଜ୍ଞ ସମ୍ପନ୍ନ ହେବା ପରେ ଦଧିହାଣ୍ଡି ନଗର ପରିକ୍ରମା କରିଥିଲା । ଶୃଙ୍ଖଳାର ସହିତ ଯଜ୍ଞ ସମ୍ପାଦନରେ ସମସ୍ତଙ୍କ ସହଯୋଗ ମିଳିଥିବାରୁ ପାଳନ କମିଟିର ସଭାପତି ଘାସିରାମ ଅଗ୍ରୱାଲ ସମସ୍ତ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.