ସଚେତନତାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଝାରସୁଗୁଡ଼ାର ୬୨ ବର୍ଷୀୟ ଅଭିରାମ ଶତପଥୀ

ତରଭା, (ଜିତେନ୍ଦ୍ର ସା) : ସଚେତନତାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଝାରସୁଗୁଡ଼ାର ୬୨ ବର୍ଷୀୟ ଅଭିରାମ ଶତପଥୀ । ନିଶା ଦ୍ରବ୍ୟ ବର୍ଜନ କରିବା, ଯୋଗ କରିବା ନିରୋଗ ରହିବା ଏହି ବାର୍ତ୍ତା କୁ ଦିଲ୍ଲୀ ପର୍ୟ୍ୟନ୍ତ ପଦଯାତ୍ରା କରି ପହଞ୍ଚିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ସେ ଜାନୁଆରୀ ମାସ ୬ ତାରିଖ ରୁ ବାହାରି ଆଜି ସେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ଠାରେ ଆସି ପହଞ୍ଚିଛନ୍ତି । ତାଙ୍କର ସେହିଭଳି ସ୍ବାର୍ଥ ହୀନ, ସମାଜ ପ୍ରତି ପୁଣି ୬୨ ବର୍ଷ ବୟସରେ ପଦଯାତ୍ରା କରିବା ସାହସିକତା କାର୍ୟ୍ୟକୁ ଦେଖି ତରଭା ପୁଲିସ ପ୍ରଶାସନ ଓ ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତାମାନେ ତାଙ୍କୁ ଭବ୍ୟ ସ୍ଵାଗତ ଜଣାଇ ଅତିଥି ସତ୍କାର କରିଛନ୍ତି । ତାଙ୍କୁ ଦିଲ୍ଲୀ ପହଞ୍ଚିବା ପାଇଁ ପ୍ରାୟ ୨୪୦୦ କିମି ବାଟ ଯିବାକୁ ହେବ ବୋଲି ସେ କହିଛନ୍ତି । ତାଙ୍କର ଏ ସବୁ କାର୍ୟ୍ୟ ସମାଜକୁ ସତର୍କ ସୂଚନା ଦେବା ପାଇଁ ଯେଉଁ ଭଳି ଭାବେରେ ସେ ଉଦ୍ୟମ କରିଛନ୍ତି ଭଗବାନ ତାଙ୍କର ସେ ଲକ୍ଷ୍ୟକୁ ପୂର୍ଣ୍ଣ ହେଉ ବୋଲି ତରଭା ବାସୀ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.