csstore

ମୁରଲୀ ଶିକାଙ୍କ କୋଶଲୀ ଗଳ୍ପ ସଂକଳନ “କେନ୍ କ୍ଷେତର ଢେଲ” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ ଯୁବ ଗାଳ୍ପିକ ମୁରଲୀ ଶିକାଙ୍କ କୋଶଲୀ ଗଳ୍ପ ସଂକଳନ “କେନ୍ କ୍ଷେତର ଢେଲ” ଉନ୍ମୋଚିତ ହୋଇଯାଇଛି । ତହଁକ ସାହିତ୍ୟ କୁଟୁମ ସହଯୋଗରେ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମୁଖ୍ୟବକ୍ତା ଭାବରେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ, ସ‌ମ୍ମାନିତ ଅତିଥି ଭାବରେ କବି ସୁଶାନ୍ତ ବାଗ ଓ ତହଁକ ସାହିତ୍ୟ କୁଟୁମ୍‌ର ସମ୍ପାଦକ ରାଜେଶ ଡଣ୍ଡସେନା, ଗଣ୍ଡାବଜାର ସମ୍ପାଦକ ତ୍ରିଲୋଚନ ନନ୍ଦ, ଗାଳ୍ପିକଙ୍କ ମା’ ଯଶୋବନ୍ତୀ ଶିକା ମଞ୍ଚାସୀନ ଥିଲେ । ସଂକଳନକୁ ସୁନ୍ଦର ଭାବରେ ସମୀକ୍ଷା କଲେ ଯୁବକବି ପୁସ୍ତମ ଜୁଆଡ଼ି । ସଭାକୁ ସଂଯୋଜନା କରିଥିଲେ ଯୁବକବି ଅର୍ଜୁନ କୁମାର ସାହୁ । ଆରମ୍ଭରେ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, ପ୍ରାରମ୍ଭ ସୂଚନା ଦେଇଥିଲା କବି ରତ୍ନମୟ ତ୍ରିପାଠୀ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଗୋପୀନାଥ ଦଣ୍ଡସେନା ।

jayashree
Leave A Reply

Your email address will not be published.