ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ତଥା ସ୍ଵେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଧାୟକ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ସେମି ଫାଇନାଲ ଖେଳ । ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ବାଦିବାହାଲ ଓ କୁରୁଲ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ବାଦିବାହାଲ ଏକାଦଶ କୁରୁଲ ଏକାଦଶକୁ ଟ୍ରାଇବେକର ଜରିଆରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ନଅଗାଁ (ଖ) ଓ ସୁଜିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ସେମିଫାଇନାଲରେ ନଅଗାଁ (ଖ) ଏକାଦଶ ୨-୦ ଗୋଲରେ ସୁଜିଆ ଦଳକୁ ହରାଇ ବିଜେତା ହୋଇଥିଲା । ମ୍ୟାଚ୍ ରେଫରୀ ଭାବେ ସଞ୍ଜୀବ ରାଉତ, ଗୋପାଳ ସାହୁ, ବିଜୟ ରଣା, ଅଞ୍ଜନ ବେଶ୍ରା, କରୁଣାକର ପଧାନ ଦାୟିତ୍ଵ ନିର୍ବାହ କରିଥିଲେ । ଆସନ୍ତାକାଲି ଶନିବାର ବାଦିବାହାଲ ଓ ନଅଗାଁ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ, ତହସିଲଦାର ଟିକୁନୁ ପୁଟା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କମିଟି ସଭାପତି ରାମଚନ୍ଦ୍ର ସାହୁ, ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ, ସୁରେଶ ମହାଲିଙ୍ଗ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଗୌରାଙ୍ଗ ନାଏକ, ଭୂତନାଥ ନାଏକ, ପିତାମ୍ବର କଣ୍ଟା, ଅଜିତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
Next Post