ବିଧାୟକଙ୍କ ଦୁର୍ଗା ତନ୍ତୀଙ୍କ ୬ଟି ବ୍ରିଜ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚକର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ସାଧାରଣ ଜବତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଗମନା ଗମନର ସୁବିଧା ଯୋଗାଇଦେବାପାଇଁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିକଟରେ ଲାଠିକଟା ବ୍ଲକ ଦେଇ ବହି ଯାଇଥିବା ବ୍ରହ୍ମଣୀ ଏବଂ ଶଙ୍ଖନଦୀ ଉପରେ ତଥା ଇସ୍ପାତ ସହରାଞ୍ଚଳ ଦେଇ ବହି ଯାଇଥିବା କୋଏଲ ନଦୀ ଉପରେ କେତେକ ସ୍ଥାନରେ ବ୍ରିଜ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ନିଜ ଦାବି ରଖିଥିଲେ । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରି (୧) ବାଙ୍ଗୁରକେଲାରୁ ଲିଣ୍ଡରାକୁ ସଂଯୋଗ ପାଇଁ କୋଏଲ ନଦୀ ଉପରେ ଏକ ବ୍ରିଜ (୨) ଲୁଆକେରାରୁ ସନଦଲକୀକୁ ସଂଯୋଗ ପାଇଁ କୋଏଲ ନଦୀ ଉପରେ (୩) ବେଲଡିହିରୁ ସରଣ୍ଡାପୋଷକୁ ସଂଯୋଗ ପାଇଁ ଶଙ୍ଖନଦୀ ଉପରେ ଏକ ବ୍ରିଜ (୪) ଦେଓଗାଁରୁ ଗର୍ଜନ ଗ୍ରାମଜୁ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ (୫) କଂସରରୁ ତୁମରନ ଗ୍ରାମକୁ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ଏକ ବ୍ରିଜ (୬) ସୁଉଡ଼ିହିରୁ ଗୋପଡିହି ଗ୍ରାମକୁ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ଏକ ବ୍ରିଜ ଏହିପରି ମୋଟ ୬ଟି ବ୍ରିଜ ନିର୍ମାଣ କରିବା ପାଇଁ ଅନୁମୋଦନ କରିଛନ୍ତି । ବିଧାୟକ ଦୁର୍ଗା ତନ୍ତୀଙ୍କ ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ନା କେବଳ ଅଞ୍ଚଳବାସୀଙ୍କ ଗମନାଗମନରେ ବେଶ ଉନ୍ନତି ହେବ ଏହା ଅଞ୍ଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.