ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ, ବୁର୍ଡା ପଞ୍ଚାୟତ ଏବଂ ହୀରାପୁର ପଞ୍ଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ନୂତନ ଏନଏସି ଗଠନ ପ୍ରକ୍ରିୟାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମୋହର ମାରିଛି । ୨୦୧୧ ଜନଗଣନା ଅନୁଯାୟୀ, ପ୍ରସ୍ତାବିତ ଏନଏସିର ମୋଟ ଜନସଂଖ୍ୟା ୧୪,୩୮୧ ଥିବାବେଳେ ଭୋଟର ସଂଖ୍ୟା ୧୧,୩୧୪ । ଏଥିପାଇଁ ୧୪ଟି ୱାର୍ଡର ପରିକଳ୍ପନା କରାଯାଇଛି । ୧୪ଟି ୱାର୍ଡ ମଧ୍ୟରୁ ୫ଟି ଆସନ ସଂରକ୍ଷିତ, ୪ଟି ଆସନ ମହିଳା ଓ ୫ଟି ଆସନ ଅଣସଂରକ୍ଷିତ ରହିଛି । ଲୋଇସିଂହା ପଞ୍ଚାୟତର ଢୋଲମହୁଲ ବସ୍ତିକୁ ୱାର୍ଡ ନଂ -୧(ଅଣସଂରକ୍ଷିତ), ସୁଜିଆ, ବନ୍ଧଲିପଡ଼ା ଓ ପତ୍ରାପାଲି ଗ୍ରାମକୁ ୱାର୍ଡ ନଂ -୨(ଅନୁସୂଚିତ ଜନଜାତି ମହିଳା), ଗଣ୍ଡାପଡ଼ା ଓ ଘାସିପଡ଼ା ବସ୍ତିକୁ ୱାର୍ଡ ନଂ-୩(ଅନୁସୂଚିତ ଜାତି ମହିଳା), ତେଲିପଡ଼ା ବସ୍ତିକୁ ୱାର୍ଡ ନଂ-୪(ମହିଳା), ତିଅରପଡ଼ା ବସ୍ତି ଓ ଜମିଦାର ଛକକୁ ୱାର୍ଡ ନଂ-୫(ଅଣସଂରକ୍ଷିତ), ନୂଆପଡ଼ା ଓ ଶିଶୁମନ୍ଦିର ବସ୍ତିକୁ ୱାର୍ଡ ନଂ-୬(ଅନୁସୂଚିତ ଜନଜାତି), ଜଡାମୁଣ୍ଡା ବସ୍ତିକୁ ୱାର୍ଡ ନଂ-୭(ଅଣସଂରକ୍ଷିତ), କର୍ଲିପାଟ, ପୁଟାପାଲି ଓ ଚମାରପଡ଼ା ବସ୍ତିକୁ ୱାର୍ଡ ନଂ- ୮(ମହିଳା) ରଖାଯାଇଛି । ସେହିପରି ବୁର୍ଡା ପଞ୍ଚାୟତର ସିଆଲବାହାଲି ଓ ବାଞ୍ଜିପାଲି ଗ୍ରାମକୁ ୱାର୍ଡ ନଂ-୯(ଅଣସଂରକ୍ଷିତ), ବୁର୍ଡା ହରିଜନ ପଡ଼ା ଓ କଲୋନୀ ପଡ଼ାକୁ ୱାର୍ଡ ନଂ-୧୦(ଅନୁସୂଚିତଜାତି), କୁମ୍ଭାରପଡ଼ା ଓ ମଧ୍ୟମପଡ଼ା ବସ୍ତିକୁ ୱାର୍ଡ ନଂ-୧୧(ମହିଳା), ରେଳ ରାସ୍ତାରୁ ବିକାଶ ଜେନା- ଘନଶ୍ୟାମ ଘର – ମଧ୍ୟମପଡ଼ା ବସ୍ତିକୁ ୱାର୍ଡ ନଂ-୧୨(ମହିଳା), ପନେସରା ଗ୍ରାମକୁ ୱାର୍ଡ ନଂ-୧୩(ଅଣସଂରକ୍ଷିତ) ଏବଂ ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ୱାର୍ଡ ନଂ-୧୪(ଅନୁସୂଚିତ ଜନଜାତି ମହିଳା) ରଖାଯାଇଛି । କୌଣସି ଆପତ୍ତି ଅଭିଯୋଗ ଥିଲେ ବିଜ୍ଞପ୍ତି ପ୍ରକାଶନର ୧୦ ଦିନ ମଧ୍ୟରେ ଲିଖିତ ଅଭିଯୋଗ କରିପାରିବେ ବୋଲି ଚିଠା ପ୍ରସ୍ତାବରେ ଦର୍ଶାଯାଇଛି ।