csstore

ରାୟଗଡ଼ାର ବିଭିନ୍ନ ସ୍ଥାନରେ ପୁଣି ଲାଗିଲା ମାଓ ପୋଷ୍ଟର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାର ଗୁଡା ଛକ ନିକଟରେ ମାଓ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲେଖାଯାଇଥିବା ନେଇ କୁହାଯାଇଛି । ତେବେ ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ଆଦିବାସୀ ନଥିଲେ, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର କରୁଥିଲେ । ଏହାକୁ ଜବାବ ଦେବାକୁ ରାଜ୍ୟ ସମ୍ପାଦକ ମେଘ ଜାନୀ ଓ ଡମ୍ବାଇ ମାଝୀ ଏବଂ ମାଓ ସଂଗଠନ ପ୍ରସ୍ତୁତ ଅଛି ବୋଲି ଲେଖାଯିବା ସହିତ ଲାଲ ସଲାମ ଲେଖାଯାଇଛି। ଆଦିତ୍ୟ ବିର୍ଲା କମ୍ପାନୀ କେବିକେ ଅଞ୍ଚଳର ଲୋକଙ୍କୁ ଶୋଷଣ କରୁଥିଲେ ମଧ୍ୟ ସରକାର ନୀରବ ରହୁଛନ୍ତି। ତେଣୁ କମ୍ପାନୀକୁ ବିରୋଧ କରୁଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ସହିତ ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମଧ୍ୟ ଏହି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.