ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ଓ ଖାଦ୍ୟ ମେଳା ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ଅଧ୍ୟକ୍ଷ ଡଃ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଲାୟନ ଡ. ଜତିନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସଦସ୍ୟ ଗିରିଶ ଚନ୍ଦ୍ର ମହାପାତ୍ର, ଲାୟନ ଇଂ. ହରଦୀପ ସିଂ, ଛବି ଚକ୍ରବର୍ତ୍ତୀ, ଆଲୁମନୀ ଆସୋସିଏସନର ସଭାପତି ଡ. ସୁମନ ଦତ୍ତ ଓ ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶିକ୍ଷା ସହ କ୍ରୀଡାର ସମ୍ପର୍କ, କ୍ରୀଡା କିପରି ଶାରିରୀକ ସୁସ୍ଥତା ଓ ମାନସିକ ସନ୍ତୁଳନ ରକ୍ଷା କରିବାରେ ତଥା ଭାଇଚାରା ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରେ ସେ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ, ଡିସ୍କସ, ଚାମୁଚ ଗୁଲି, ମ୍ୟୁଜିକ ଚେୟାର, କ୍ରିକେଟ ଆଦି ଖେଳରେ ଅଂଶଗ୍ରହଣ କରିଥିଲେ । ସେହିପରି ଖାଦ୍ୟ ମେଳାରେ ଦହିବରା, ଭେଲପୁରୀ, ଚଣା ଚାଟ୍, ପାମ୍ପୁଡି ଚାଟ, ଢୋକଲା, ଥଣ୍ଡା ପାନୀୟ ଆଦି ବିକ୍ରୟ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ପଟ୍ଟନାୟକ ଏହା କ୍ରୀଡା ଐକ୍ୟବଦ୍ଧତାର ପ୍ରତୀକ ଓ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ ବୋଲି ମତ ରଖିଥିଲେ । ଏହି କ୍ରୀଡା ଉତ୍ସବରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ଶେଷଦିନ ଅର୍ଥାତ୍ ୧୧ ତାରିଖ ଦିନ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟ ତରଫରୁ ଅଧ୍ୟାପକ ଅଧ୍ୟାପିକା ଡ. ପ୍ରଜ୍ଞା ପରମିତା ପଣ୍ଡା, ଦିବ୍ୟେନ୍ଦୁ ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଅମିତା ଜେନା, ଦେବାଶିଷ ବେହେରା, ଅକ୍ଷୟ କୁମାର ଦାଶ ଓ ମହାବିଦ୍ୟାଳୟର କର୍ମଚାରୀବୃ୍ନ୍ଦ ତଥା ଛାତ୍ରଛାତ୍ରୀ ହବିବ ଅଲ୍ଲୀ, ସୋନୁ ଗୌଡ଼, ଅଜୟ କୁମାର, ଅସୀତ ବେହେରା, ଜାନକୀ କାରୁଆ, ସ୍ନିଗ୍ଧା ସହିଦ, ଅଳକାରାଣୀ ମହନ୍ତ ପ୍ରମୁଖ ସହଯୋଗ କରିଥିଲେ ।