ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ହାଇସ୍କୁଲ ପଡିଆ ଠାରେ ଗତ ଚାରିଦିନ ଧରି ଆୟୋଜିତ ହୋଇଥିବା ମା’ ଦୁର୍ଗା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଝାରବନ୍ଧଲି ଏକାଦଶକୁ ୧୪ ରନରେ ହରାଇ ରାଣୀକଟା ଏକାଦଶ ବିଜେତା ହୋଇଥିଲା । ଉଦଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁରେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଦୀପ ସା, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ସାମ୍ବାଦିକ ବିମଳେନ୍ଦୁ ସାହୁ, ସୁଶାନ୍ତ ବାରିକ, ଶିକ୍ଷକ ନରେନ୍ଦ୍ର ରଣା ଯୋଗ ଦେଇଥିଲେ । ବିଜେତା ଦଳକୁ ୧୨ ହଜାର ନଗଦ ଅର୍ଥରାଶି ସମେତ ଟ୍ରଫି ଓ ଉପ ବିଜେତା ଦଳକୁ ୭ ହଜାର ଅର୍ଥରାଶି ତଥା ଟ୍ରଫି ପ୍ରଦାନ କରାଯାଇଥିଲା । ଝାରବନ୍ଧଲି ଦଳର ରିକୁ ମ୍ୟାନ “ଅଫ ଦି ମ୍ୟାଚ୍” ଓ ରାଣୀକଟା ଦଳର ଗିରି “ମ୍ୟାନ ଅଫ ଦି ସିରିଜ” ବିବେଚିତ ହୋଇଥିଲେ । ବ୍ୟୋମକେଶ, ଅଜିତ, ରାଜା, ବିବେକା, ସମୟ ପ୍ରମୁଖ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ ।
Prev Post