ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାଇକ୍ଲୋଥନ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ଇଣ୍ଡିଆନ ଅଏଲର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ୍ ଅଏଲ୍‌ର ବରିଷ୍ଠ କର୍ମକର୍ତ୍ତା ନବୀନ କୁମାର ବଞ୍ଜାରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନା ଏହି ସାଇକ୍ଲୋଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିବଶ ସୁରକ୍ଷା, ବୃକ୍ଷରୋପଣ, ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମର ଆବାହକ ଶ୍ରୀ ବଞ୍ଜାରା ଇଣ୍ଡିଆନ ଅଏଲର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସହଯୋଗର ହାତ ବଢାଇଥିବା କଲେଜର କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନକୁ ସାଧୁବାଦ ଦେଇଥିଲେ । ଏହି ସାଇକ୍ଲୋଥନ କଲେଜରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇ, ସେଠାରୁ କଲେଜ ପର୍ଯ୍ୟନ୍ତ ଫେରିଆସିଥିଲା । ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଉଦଘାଟକ ଡ. ଜେନା ସମସ୍ତଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଇଣ୍ଡିଆନ ଅଏଲର ପ୍ରଭାସ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.