ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଶନିବାର ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ବକ୍ତା ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ଭାଜପା ଏନଏସି ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭାପତି ଅର୍ଚ୍ଚନା ଦାସ, ସମ୍ମାନିତ ଅତିଥି ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ, ସିଆରସିସି ସନ୍ତୋଷ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଧାନ ଶିକ୍ଷକ ଅନିଲ କୁମାର ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିବା ସହ ସ୍କୁଲର ବିଭିନ୍ନ ସମସ୍ୟା ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶିକ୍ଷକ ରବୀନ୍ଦ୍ର ନାଥ ନେପାକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗତ କିଛି ବର୍ଷ ହେବ ବୋର୍ଡ ପରୀକ୍ଷାରେ ଏହି ସ୍କୁଲର ସମସ୍ତ ଛାତ୍ରୀ ଶତ ପ୍ରତିଶତ ମାର୍କ ରଖି ପାସ କରିଥିବା ପ୍ରଧାନ ଶିକ୍ଷକ ପାଣିଗ୍ରାହୀ ସୂଚନା ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ, ରୋଜାଲିନ ପଣ୍ଡା, ଛନ୍ଦାରାଣୀ ସାହୁ, ମନୋସ୍ୱିନୀ ସାହୁ, ଶିକ୍ଷକ ଧିରେନ ପଣ୍ଡା, ନିବେଦିତା ପ୍ରଧାନ, ରଞ୍ଜିତା କୁମାରୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।