ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପ୍ରୟାସ, ରାଉରକେଲା ତରଫରୁ ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା ସେକ୍ଟର ୧୫ ସ୍ଥିତ ପ୍ରୟାସ ନାଟ୍ୟଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ଆୟୋଜିତ ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ନାଟ୍ୟକାର ଡ଼. ନିବେଦିତା ଜେନା ଗଳ୍ପକଥନ ଓ ନବରସ ଯଥା ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ, ଶାନ୍ତ ସମ୍ପର୍କରେ ଶିକ୍ଷା ଦାନ କରିଥିଲେ । ନାଟକରେ କିପରି ପ୍ରଭାବଶାଳୀ ଓ ଜୀବନ୍ତ ଅଭିନୟ କରାଯାଏ ତଥା ଗଳ୍ପକୁ କିପରି କଥନ ମାଧ୍ୟମରେ ପ୍ରକାଶ କରାଯାଏ ତା ଉପରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ବିଶ୍ୱଜିତ, ପ୍ରଦୀପ୍ତ, ଗଗନ, ସୁଜଳ, ସୌମ୍ୟ, ସତ୍ୟବ୍ରତ, ବିଶ୍ୱରଂଜନ, ଅଞ୍ଜଳି, ଅଜିତ, ମନିଷା, ଅଜୟ, ଅନ୍ୱେଷା, ଦେବଶ୍ରୀ, ଶ୍ରୀକାନ୍ତ, ଆୟୁଷ, ସନ୍ଧ୍ୟାସ୍ମିତା, ଶିବାନୀ, ଆନନ୍ଦ, ସୋନାଲୀ, ଗିରିଶ, ବିଭୁତି ଭୂଷଣ,ଚନ୍ଦନ, ବିଭୁତି ନାରାୟଣ, ବିକି, ରୀନିମା, ଉମା ବଲ୍ଲଭ, ଶରଣଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । ଏହି କର୍ମଶାଳାରେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ବିଜୟ କୁମାର ପାତ୍ର, ଆଲୋକ ବୋଷ, ପ୍ରଣବ ପାଣିଗ୍ରାହୀ, ଡ଼ଃ ସମର ମୁଦାଲି, ଭାସ୍କର ମହାପାତ୍ର, କୈଳାଶ ପାଣିଗ୍ରାହୀ ପ୍ରମୁଖ ନାଟ୍ୟ ନିର୍ଦ୍ଦେଶକ ଅଭିନେତା ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ଏହି କର୍ମଶାଳା ପରିଚାଳନାରେ ସୁଶାନ୍ତ ଦଳେଇ, ସନ୍ତୋଷିନୀ ବାରିକ, ଦିନେଶ ନନ୍ଦ, ରମେଶ ସାହୁ, ସତ୍ୟବ୍ରତ ନାୟକ, ଚିନ୍ମୟ ତ୍ରିପାଠୀ, ପଞ୍ଚାନନ ପାତ୍ର, ବିଶ୍ୱଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.