csstore

ସରଳାଦେବୀ ଜୀବନାଦର୍ଶ ଓ ଅଗ୍ନିକନ୍ୟା ସରଳା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ରାଉରକେଲା, ସରଳାଦେବୀ – ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକ ଓ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ କବୟିତ୍ରୀ ନିରୁପମା ପତିଙ୍କ ସଂଯୋଜନା କରିଥିଲେ । ଏଥିରେ ଉଦଘାଟକ ଭାବେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ବିଷୟ ବିଶେଷଜ୍ଞ ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ସଂଘମିତ୍ରା ବେହେରା, ରାମାୟଣୀ ମାନସ ଦାସ, ବିଶିଷ୍ଟ ଅତିଥି ଭାବେ ରାଉରକେଲା କଲେଜର ଓଡ଼ିଆ ବିଭାଗର ମୁଖ୍ୟ ରଶ୍ମିପ୍ରଭା ମଥାନ ଯୋଗଦେଇ ସରଳାଦେବୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଉଦଘାଟକ ଡ. ଜେନା ତାଙ୍କ ବକ୍ତବ୍ୟରେ ଏହି ଆଲୋଚନା ଚକ୍ରକୁ ସମୟର ଆହ୍ୱାନ ତଥା ସରଳାଦେବୀଙ୍କୁ ସମାଜ ସଂସ୍କାରକ, ନିର୍ଭିକତାର ପ୍ରତୀକ ବୋଲି ଅବହିତ କରିଥିଲେ । ବିଷୟ ବିଶେଷଜ୍ଞା ଡ. ବେହେରା ସରଳାଦେବୀଙ୍କ ଜୀବନାଦର୍ଶ ସମ୍ପର୍କରେ ବହୁ ଅନାଲୋଚିତ ଦିଗକୁ ଉନ୍ମୋଚନ କରିବା ସହ ତତ୍କାଳୀନ ସମୟରେ ବିଭିନ୍ନ ବାଧାବିଘ୍ନ ସତ୍ତ୍ଵେ ସେ କିପରି ରାଜନୀତି, ସମାଜସେବା ଓ ସାହିତ୍ୟ ସର୍ଜନା କରିଥିଲେ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଆଲୋଚକ ରାମାୟଣୀ ଶ୍ରୀ ଦାସ ଆଲୋଚ୍ୟ ପ୍ରସଙ୍ଗ ଅଗ୍ନିକନ୍ୟା ସରଳା ସମ୍ପର୍କରେ ଆଲୋଚନା କରି ସାମ୍ପ୍ରତିକ ସମାଜ ଓ ତତ୍କାଳୀନ ସମାଜର ତୁଳନାତ୍ମକ ଚିତ୍ର ସହ ନାରୀ ମାନଙ୍କ ସଶକ୍ତିକରଣ ଓ ଦାୟିତ୍ଵ ତଥା କର୍ତ୍ତବ୍ୟବୋଧ ଉପରେ ମତ ରଖିଥିଲେ । ବିଶିଷ୍ଟ ଅତିଥି ଶ୍ରୀମତୀ ମଥାନ ସରଳାଦେବୀଙ୍କ ସୃଷ୍ଟି, ଆଦର୍ଶ ଓ ତାଙ୍କ ବ୍ୟକ୍ତିତ୍ଵ କିପରି ଆମ ଜନମାନସକୁ ପ୍ରଭାବିତ କରିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦକ କବି କୁଞ୍ଜବିହାରୀ ରାଉତ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଅନ୍ୟତମ ଆବାହକ ଟ୍ରଷ୍ଟର କାର୍ଯ୍ୟକାରୀ ସମ୍ପାଦକ ତଥା ସରଳାଦେବୀଙ୍କ ନାତି ଲକ୍ଷ୍ମୀପ୍ରକାଶ ମହାପାତ୍ର ସରଳା ଦେବୀଙ୍କ ସଂଗଠନ ସମ୍ପର୍କରେ ତଥା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ସର୍ବଶ୍ରୀ ଇସ୍ତାକ ଆଲାମ, ଦୀପକ ସାହୁ, ରାନୀ ବାଡା, ଆନିମା ମୁଣ୍ଡା ଓ ଆୟୁସ୍ମିତା ପତି ସରଳା ଦେବୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଅତିଥିମାନେ ନିରୁପମା ପତିଙ୍କ ରଚିତ ପୁସ୍ତକ ବିଚିତ୍ର ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପତିଙ୍କୁ ସାରସ୍ଵତ ବିଦ୍ୱତ୍ତା ସମ୍ମାନ, ଉଦଘାଟକ ଡ. ଜେନାଙ୍କୁ ବିଦ୍ୟାବାଗୀଶ ସମ୍ମାନ, ବିଷୟ ବିଶେଷଜ୍ଞ ଡ. ବେହେରାଙ୍କୁ ବାଗଦେବୀ ସମ୍ମାନ, ବିଷୟ ବିଶେଷଜ୍ଞ ରାମାୟଣୀ ଶ୍ରୀ ଦାସଙ୍କୁ ବ୍ୟାସଦେବ ସମ୍ମାନ, ବିଶିଷ୍ଟ ଅତିଥି ପ୍ରାଧ୍ୟାପିକା ଶ୍ରୀମତୀ ମଥାନଙ୍କୁ ବିଦ୍ୟାବତୀ ସମ୍ମାନ, ସଂଯୋଜିକା ଶ୍ରୀମତୀ ପତିଙ୍କୁ ସରସ୍ଵତୀ ସମ୍ମାନ, ଅନ୍ୟତମ ସଂଯୋଜିକା ଅଧ୍ୟାପିକା ପ୍ରିୟଙ୍କା ପଲେଇଙ୍କୁ ବିଦ୍ୟୁତପ୍ରଭା ସମ୍ମାନ, ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁଷମା ମୋଦୀଙ୍କୁ ବିଦ୍ୟାବତ୍ତା ସମ୍ମାନ, ରାଉରକେଲା କଲେଜର ପ୍ରାଧ୍ୟାପିକା ଭାରତୀ ବରୁଆଙ୍କୁ ଶିକ୍ଷା ସାରଥୀ ସମ୍ମାନ, ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗଙ୍କୁ ଶିକ୍ଷା ଭାରତୀ ସମ୍ମାନ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କୁ ବିଦ୍ୱତ୍ତମ ସମ୍ମାନ, କଟକରୁ ଆସିଥିବା ଆଇନଜୀବୀ ମନୋଜ କୁମାର ପଣ୍ଡାଙ୍କୁ ସାରସ୍ଵତ ସହଯୋଗୀ ସମ୍ମାନ, ଶିକ୍ଷକ କରୁଣାକର ସାହୁଙ୍କୁ ଭାଷାଭାରତୀ ସମ୍ମାନ, ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କୁ ସାରସ୍ଵତ ଝଙ୍କାର ସମ୍ମାନ, ସମାଜସେବୀ ସରୋଜ ପାତ୍ର, ସମାଜସେବୀ ଦିଲ୍ଲୀପ କୁମାର ଜେନା ଓ ସାମାଜିକ ସଂଗଠନ ଉପହାରର ସୂର୍ଯ୍ୟକାନ୍ତ ସାହୁ, ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖଙ୍କୁ ସେବାନିଧି ସମ୍ମାନରେ ଉତ୍ତରୀୟ, ମମେଣ୍ଟୋ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ବରସୁଆଁ ପ୍ରଗତି ଅନୁଷ୍ଠାନର ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକ, ସହର ସେବା ସମିତିର ମୁଖ୍ୟ ଶୈଳେନ୍ଦ୍ର କୁମାର ମହାନ୍ତି ଓ କବୟିତ୍ରୀ ଡ. ସସ୍ମିତା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.