csstore

ଦମକିପାଲି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦମକିପାଲିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସୁଶ୍ରୀ ସଂଞ୍ଜୁକ୍ତା ପରିଚ୍ଛା ମୁଖ୍ୟ ଅତିଥି, ବିରଥ କୁମାର ଭୋଇ ମୁଖ୍ୟ ବକ୍ତା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନୀଳମଣି ନାଏକ ସମ୍ମାନିତ ଅତିଥି, ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହ ଶିକ୍ଷକ ସନ୍ଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବକୁ ସଫଳ କରିବାରେ ସହ ଶିକ୍ଷୟିତ୍ରୀ ଅନିମା ପଧାନ, ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ତାଣ୍ଡି, ସୀମା କୁମ୍ଭାର, ଅମିତା ନାଏକ ଓ କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.