csstore

ମା’ ଦ୍ୱାରସେନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ସନ୍ଧିସର ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅନ୍ତର୍ଗତ ବରତୁଣ୍ଡା ଗାଁରେ ଚାଲିଥିବା ମା’ ଦ୍ୱାରସେନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବରତୁଣ୍ଡା ଓ ସନ୍ଧିସର ଦଳ ଫାଇନାଲ୍ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ସନ୍ଧିସର ଦଳ ବ୍ୟାଟିଂ କରି ୧୨ ଓଭର ରେ ୪ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା । ଜବାବରେ ବରତୁଣ୍ଡା ଦଳ ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରି ପରାଜିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସନ୍ଧିସର ଦଳ ଚାମ୍ପିଆନ ହୋଇଛି । ପୁରୁଷୋତ୍ତମ ଜାନୀ ଓ ଅଶୋକ ବାଗ ଖେଳ ପରିଚାଳନା କରିଥିଲେ । ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ସମାଜସେବୀ ପରମେଶ୍ୱର ମହାନନ୍ଦ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ, ନାଏବ ସରପଞ୍ଚ ଝସକେତନ ସାହୁ, ଜିଓଟେଗ ଶୁଭାକର ନାଗ, ଝାଙ୍କର ଅମୃତ ଭୋଇ, ସଂକୀର୍ତ୍ତନ ଗୁରୁ ଟଙ୍କଧର ଜାନୀ, ଅଭିମନ୍ୟୁ ସୁଲିଆ, ତରଣୀ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଧର୍ମେନ୍ଦ୍ର ଦାସ ଓ ମଦନ ନାଗ ଧାରାବିବରଣୀ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଗଙ୍ଗା ଭୋଇ, ମ୍ୟାନ ଅଫ ଦ ସିରିଜ ପପୁନ ଭୋଇ, ବେଷ୍ଟ ବୋଲର ମହେଶ୍ୱର ପୁଟେଲ, ବେଷ୍ଟ କ୍ୟାଚ ଅଫ ଟୁର୍ଣ୍ଣାମେଣ୍ଟ ମଦନ ନାଗ, ବେଷ୍ଟ ଏମ୍ଫାୟାର ପୁରୁଷୋତ୍ତମ ମାଝୀଙ୍କୁ ବିବେଚିତ କରାଯାଇ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜକ କମିଟିର ସଭାପତି ଆଶିଷ ଜାନୀ, ସମ୍ପାଦକ ଅଙ୍କିତ ରାଉତ, କୋଷାଧ୍ୟକ୍ଷ ଇନ୍ଦ୍ର ଭୋଇ, ସଦସ୍ୟ ମନ ଜାନୀ, ପ୍ରତାପ ନାଗ, ଆକାଶ ଜାନୀ, ନରେନ୍ଦ୍ର ନିଆଲ, ଘନଶ୍ୟାମ ଭୋଇ, ପ୍ରଦୀପ ନାଗ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.