ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ପଦଯାତ୍ରା ଓ ବନ୍ଦେ ମାତରମ୍‌ ସମୂହ ଗାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସୋନପୁର ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ସ୍ତରୀୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବନ୍ଦେ ମାତର୍ୱ୍‌ ସମୂହ ଗାନ ସହ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋନପୁର ବିଡିଓ ପ୍ରତୀକ କର, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ପ୍ରତିନିଧି ସାନନ୍ଦ ମେହେର, ସିଡିପିଓ ସାଗରିକା ସ୍ୱାଇଁ, ସୋନପୁର ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈଜୟନ୍ତୀ କର୍ଣ୍ଣ, ପଞ୍ଚାୟତ ସମିତି ସଭ୍ୟ କୁଶଳେଶ୍ୱର ମେହେର, କୁଦୋପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରଶିକ୍ଷକ ପୁଷ୍ପକ ରାୟ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସୋନପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଭ ଦାନୀ ସଭା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବ୍ଲକ ଛକରୁ ଆମ୍ବେଦକର ଛକ ଯାଏଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସୋନପୁର ବ୍ଲକ୍ ସ୍ତରୀୟ ପଦଯାତ୍ରାରେ ୨୦୦ ରୁ ଅଧିକ ସଦସ୍ୟ ଯୋଗ ଦେଇଥିବା ବେଳେ ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୫୦ ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ । ସୋନପୁର ପଞ୍ଚାୟତ ସମିତି ସଭ୍ୟ ଓ ସୋନପୁର ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପର ଅଙ୍ଗନୱାଡି ସଦସ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.