ମଧୁବାବୁଙ୍କ ୯୩ ତମ ଶ୍ରାଦ୍ଧ ବାର୍ଷିକୀ ପ୍ରଗତି ଉତ୍କଳ ସଂଘ ଦ୍ଵାରା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଗତି ଉତ୍କଳ ସଂଘର ବରିଷ୍ଠ କର୍ମକର୍ତ୍ତାଗଣ ସକାଳେ ମଧୁସୂଦନ ମାର୍ଗ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ମାଲ୍ୟାର୍ପଣ କରିଥିଲେ । ପରେ ପୂର୍ବାହ୍ନ ୯.୩୦ ସମୟରେ ଇସ୍ପାତ ଜେନେରାଲ ହସ୍ପିଟାଲ୍ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଆଇଜିଏଚର ନିର୍ଦ୍ଦେଶକ ଡା. ଜୟନ୍ତ କୁମାର ଆଚାର୍ଯ୍ୟ ଉଦଘାଟନ କରି ରକ୍ତଦାନ ଜୀବନଦାନ, ଏହି ଧାରାରେ ଅନୁପ୍ରାଣିତ ହେବାପାଇଁ କହିଥିଲେ । ପାଖାପାଖି ୨୦ ଜଣ ବ୍ୟକ୍ତି ରକ୍ତଦାନ କରି ଏହି ମହତ କାର୍ଯ୍ୟଟିକୁ ସଫଳ କରିବାରେ ସହାୟତା କରିଥିଲେ । କବି ଓ ବିଶିଷ୍ଟ ସମାଜସେବୀ ପରେଶ ବିଶ୍ଵାଳ ଉପସ୍ଥିତ ରହିବା ସହିତ ଅନେକ ସ୍ୱେଚ୍ଛାସେବୀଙ୍କୁ ସାଙ୍ଗରେ ଆଣି ରକ୍ତଦାନ କରାଇଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟଟିକୁ ସଫଳ କରିବାରେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଅଶୋକ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ନାରାୟଣ ଚନ୍ଦ୍ର ମହନ୍ତ, ସତ୍ୟନାରାୟଣ ଦାଶ, ଆର୍ତ୍ତତ୍ରାଣ ମହାପାତ୍ର, ସ୍ମିତା ମିଶ୍ର, ବରୁଣ ନାହାକ, ଶାନ୍ତନୁ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସର୍ବଶ୍ରୀ ପ୍ରତାପ କୁମାର ସ୍ୱାଇଁ, ଅଶୋକ କୁମାର ଦାସ, ବରୁଣ ନାହାକ, ପ୍ରିତମ୍ ହୋତା, ସାଜନ କୁମାର ପତି, ମନ୍ମଥ ନାୟକ, ଦୀପକ କୁମାର ଦାଶ, ପ୍ରକାଶ ଚନ୍ଦ୍ର ସେନାପତି, ସୁରେଶ ଚନ୍ଦ୍ର ରାଜ୍, ଶ୍ରୀକାନ୍ତ କୁମାର ରାଉତ, ବିଘ୍ନେସ୍ ବେହେରା, ଜୟନ୍ତ ବେହେରା, ପଙ୍କଜ କୁମାର ଗିରୀ, ମନ୍ମଥ ନାୟକ ଓ ସ୍ମିତା ମିଶ୍ର ପ୍ରମୁଖ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.