ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମଣ୍ଡଳ ସ୍ତରୀୟ ସମଗ୍ର ହିନ୍ଦୁ ଜାଗରଣ ସମାବେଶ ଜୟପାଟଣା ସହର ସ୍ଥିତ କିଶୋର ପଡ଼ା ଠାରେ ଅନୁଷ୍ଠିତ ହୋଯାଇଅଛି । କାର୍ଯ୍ୟକ୍ରମ ଆରମ୍ଭରୁ ଶତାଧିକ ମହିଳା ଏକ ସୁସଜ୍ଜିତ ପଟୁଆରରେ ପବିତ୍ର ଜଳ ଆଣି ଯଜ୍ଞସ୍ଥଳୀରେ ସ୍ଥାପନ କଲା ପରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ତିନିଥର ହନୁମାନ ଚାଳିଶାପଠନ କରାଯାଇଥିଲା । ହରିକିସନ ଜୈନଙ୍କ ସଭାପତିତ୍ଵରେ ଜାଗରଣ ସଭା ଆରମ୍ଭ କରାଯାଇ ଥିବାବେଳେ କୁଟୁମ୍ବ ପ୍ରବୋଧନ, ସାମାଜିକ ସମାରସତା, ନାଗରିକ କର୍ତ୍ତବ୍ୟ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ଵଜାଗରଣ ଏହି ପଞ୍ଚ ପରିବର୍ତ୍ତନକୁ ନେଇ ସ୍ୱାମୀ ରାମାୟନୀ ବାବା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ପ୍ରଚାରକ ଆର୍ ଚକ୍ରଧର ରାଓ ପ୍ରମୁଖ ଉପସ୍ଥିତି ଶ୍ରଦ୍ଧାଳୁଙ୍କ ପାଖରେ ପ୍ରବଚନ ରଖିଥିଲେ । ଗୌତମ ଖମାରୀ ପୂଜା ସମ୍ପାଦନ କରିଥିବା ବେଳେ ସାଗର ସୌରଭ ବେହେରା, ପ୍ରବୀଣ ଅଗ୍ରୱାଲ, ଅମରେଶ ସିଂହ, ପ୍ରବୀର ଭରଦ୍ୱାଜ, ବିଶ୍ଵ ରଞ୍ଜନ ପାଢ଼ୀ, ଦିଲ୍ଲୀପ କୁମାର ରାଉତ, ଅବିନାଶ ବେହେରା, ରାଧା ମାଧବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।