mahavir

ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ : ସୋନପୁର ରାମଧୂନ କ୍ଲବ ୩-୧ରେ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ସୋନପୁର ରାମଧୂନ ୩-୧ ଗୋଲରେ କୁଚିଣ୍ଡା ବ୍ରଦର୍ସ ଫୁଟବଲ କ୍ଲବକୁ ହରାଇ ବିଜୟୀ ହୋଇଛି । ଟୁର୍ଣ୍ଣାମେଣ୍ଟ କମିଟି କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ରାଜଖରିଆର ବିଧାୟକ ଅହିରାଜ ପାଣିଗ୍ରାହୀ, ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର, ପୂର୍ବତନ ବ୍ଲକ ଚେୟାରମେନ ଗୋଲାପ ବାଗ, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ ଓ ଛାତ୍ରନେତା ସୁମନ କୁମାର ନନ୍ଦ ଯୋଗଦେଇଥିଲେ । ସେହିପରି କମିଟିର ଉପ-ସଭାପତି ଶମ୍ଭୁ ପ୍ରସାଦ ନାଗ, ସଂପାଦକ ସାଗର ସଂଗମ ଶତପଥି ମଂଚାସୀନ ଥିଲେ । ଆଜିର ଖେଳକୁ ସୁବ୍ରତ ପୁରୋହିତ, ଜିତେନ୍ଦ୍ର ପାତ୍ର, ସଂଜନ କୁମାର କୁଦେଇ ଓ ଦେବାଶିଷ ବାଗ ପରିଚାଳନା କରିଥିଲେ । ସୋନପୁର ଦଳର ସୁନିଲ ବାଘା ବେଷ୍ଟ ଗୋଲକିପର, ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ସୋନପୁରର ବିଶାଲ ମୁଣ୍ଡା ଓ ମ୍ୟାନ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଭାବେ କୁଚିଣ୍ଡା ଦଳର ଆଦିତ୍ୟ ଖାଖାଙ୍କୁ ଟ୍ରଫି ସହ ୨ହଜାର ଟଙ୍କା ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ବିଜୟୀ ସୋନପୁର ରାମଧୂନ ଦଳକୁ ଚମ୍ପିୟାନ ଟ୍ରଫି ସହ ୫୫ ହଜାର ୫ ଶହ ୫୫ ଟଙ୍କା ଓ ଉପ-ବିଜେତା ଦଳଙ୍କୁ ଟ୍ରଫି ସହ ୩୩ ହଜାର ୩ ଶହ ୩୩ ଟଙ୍କାରେ ପୁରସ୍କୃତ କରାଯାଇଥିଲା । ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ବଲାଙ୍ଗିର ବିଧାୟକ ତଥା ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି କଳିକେଶ ନାରାୟଣ ସିଂଦେଓ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଦୁଇଜଣ ପୂର୍ବତନ ଫୁଟବଲ ଖେଳାଳି ସୁଧାନିଧି ହୋତା ଓ କୂଳମଣି ମେହେରଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ସହ ସମ୍ମାନିତ କରାଯାଇଥିଲା । ରେଫରିମାନଙ୍କୁ ମଧ୍ୟ ମାନପତ୍ର, ଉପାଢøକନ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିବା ବେଳେ ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚ ପରିଚାଳନା କରିଥିଲେ । ବିଭୁତି ଭୂଷଣ ମିଶ୍ର, ବୀରସେନ ସାହୁ, ଭୁପେନ୍ଦ୍ର ସିଂ, ସନ୍ତୋଷ ଦନ୍ତା, ଦିଲୀପ ବଗର୍ତ୍ତି, ନିହାର ରଂଜନ ସ୍ୱାଇଁ, ଡୋଳାମଣି ବାଗ, ଚିନ୍ମୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.