ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ରାମଜୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ସାମ୍ବାଦିକ, ଲେଖକ, ସାଂସ୍କୃତିକ ପୁରୁଷ ରାମ କୁମାର ଅଗ୍ରୱାଲଙ୍କ ବିୟୋଗରେ ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା କରାଯାଇ ଗଭୀର ଶୋକ ପ୍ରକାଶ କରାଯାଇଛି । ଉକ୍ତ ଶୋକ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ପ୍ରେମଚାନ୍ଦ ମହାନ୍ତି, ଆଦ୍ୟାଶକ୍ତି ନାରୀ ସଂଗଠନର ସଭାନେତ୍ରୀ ମାଳତୀ ଉଦ୍ଗାତା, ଅଭିଭାବକ ମଂଚର ସଭାପତି ଧର୍ମବ୍ରତ ରଥ, ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ର, ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ଓ ଶୁଭେନ୍ଦ୍ର ନେପାକ ନିଜ ନିଜ ବକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ରାମ କୁମାର ଅଗ୍ରୱାଲ ସେତେବେଳେ ଜନ ମଂଗଳ କାମରେ ଭାଗିଦାରୀ ହୋଇ ଏକ ବିଶେଷ ପରିଚୟ ସୃଷ୍ଟିି କରି ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ଅମର ଆତ୍ମାର ସତ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ କପିଳ ପତି, ଡା. ଅଶୋକ କୁମାର ସେଠୀ, ମଧୁ ସାହୁ, ହୃଷିକେଶ ପୁରୋହିତ, ଗିରିଶ ଅଗ୍ରୱାଲ, ନିହାରିକା ମିଶ୍ର, ଅରୁଣ କୁମାର ଖୁଆସ, ସୀତାଂଶୁ ଶେଖର ନାୟକ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସୁନାଧର ବନଛୋର, ଦୁର୍ଗା ଚରଣ ସାହୁ ଓ ଚୁଡେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।