ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପତିତପାବନ ଏକାଡେମୀର ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ(୮୦)ଙ୍କ ବିୟୋଗ ଘଟିଯାଇଛି । ଆଜି ବଲାଙ୍ଗିର ସ୍ଵରାଜ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ପରିବାର ତରଫରୁ କୁହାଯାଇଛି । ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପତିତପାବନ ଏକାଡେମୀ ହାଇସ୍କୁଲରେ ପଢୁଥିବା ହଜାର ହଜାର ଛାତ୍ରଙ୍କ ପ୍ରିୟଭାଜନ ହୋଇପାରିଥିବା ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ସରଳତା ଓ ଶିକ୍ଷାଦାନ ପ୍ରଣାଳୀକୁ ଆଜି ବି ଖୁବ୍ ସ୍ମରଣୀୟ । ତାଙ୍କ ଦୁଇ ପୁଅ ରବି ଓ ମୁନ୍ନା ରହିଥିବା ବେଳେ ଶୋକାକୁଳ ପରିବେଶରେ ଆଜି ବିଭୁତିପଡା ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ ସମାପନ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.