କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶିଶୁ ସାହିତ୍ୟିକ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ତନ୍ତ୍ର ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରିକ୍ରମା ପରେ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଲେଖ ବନଗୋଲା, ଲଳିତା ମାଝୀ, ଭବାନୀ ମାଝୀ ତଥା ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।
Next Post