ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ, ପତ୍ନୀ ବାସନ୍ତୀ ଧରୁଆଙ୍କ ସୁପୁତ୍ର ବିମଳେନ୍ଦ୍ର ଧରୁଆ ଓ ବଲାଙ୍ଗିରର ରୀନିତା ମେହେରଙ୍କ ସୁପୁତ୍ର ସ୍ୱସ୍ତିକ ଶ୍ରେୟାଂସ ମେହେର ଏବଂ ଶିକ୍ଷକ ସୀମାଞ୍ଚଳ ସାହୁ ଦେଶର ୭୭ତମ ଗଣତନ୍ତ୍ର ଦିବସ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଯୋଗଦାନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଭାରତ ସରକାରଙ୍କ ନୀତି ଆୟୋଗର ଅଟଳ ଇନୋଭେସନ ମିଶନର ଅଟଳ ଟିଙ୍କରିଙ୍ଗ ଲ୍ୟାଜ (ଏଟିଏଲ୍) ପ୍ରୟାସରେ ସେମାନଙ୍କର ଉଦ୍ଭାବନ ଏବଂ ସମ୍ପୃକ୍ତିକୁ ସ୍ୱୀକୃତି ଦେଇ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସେମାନେ ବର୍ଷା ଋତୁରେ ବିଶେଷକରି ସହରାଞ୍ଚଳରେ ଜଳବନ୍ଦୀ ରୋକିବା ପାଇଁ ଏକ ସ୍ମାର୍ଟ ଡ୍ରେନେଜ ଜଳ ପରିଚାଳନା ପ୍ରଣାଳୀ ଉପରେ କାମ କରୁଛନ୍ତି । ଏଥିପାଇଁ ଏଆଇସି ନାଲନ୍ଦା ସିଇଓ ମାନସ କୁମାର ସାମନ୍ତରାୟ, ପ୍ରିନସିପାଲ କ୍ଷମାନିଧି ଝାଙ୍କର, ଶିକ୍ଷକ ସୀମାଞ୍ଚଳ ସାହୁଙ୍କୁ ବଲାଙ୍ଗିରବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି ।