ରାଉରକେଲା, (ସସ୍ମିତା ପ୍ରଧାନ) : ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଡ.ଏ.ଏନ୍.କେ ଡିଏଭି. ପବ୍ଲିକ ସ୍କୁଲ ସମୂହର, ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ମୁଖ୍ୟ ଅତିଥି ଭାବେ ଏନ୍. ଆଇ. ଟି. ରାଉରକେଲାର ପ୍ରଫେସର ସରୋଜ କୁମାର ପଟେଲଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ଏଥି ସହିତ ବିଦ୍ୟାଳୟର ଏଲ୍.ଏମ୍. ସି ସଭ୍ୟଗଣ ମଧ୍ୟ ମଞ୍ଚରେ ଅଧ୍ୟକ୍ଷଙ୍କ ସହିତ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ପରେ ଜାତୀୟ ସଙ୍ଗୀତ ବୋଲାଯାଇ ଏନ୍. ସି. ସି, ସ୍କାଉଟ୍ସ, ସହିତ କବ୍ସ, ବୁଲବୁଲ, ବନି ଏବଂ ବିଦ୍ୟାଳୟର ଚାରୋଟି ହାଉସର ଛାତ୍ରଛାତ୍ରୀ ମଧ୍ୟ ପ୍ୟାରେଡ଼ରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ସହିତ ନୃତ୍ୟ, ଜୁମ୍ବା ଡ୍ୟାନ୍ସ ଇତ୍ୟାଦି ପରିବେଷଣ କରାଯାଇଥିଲା । ପାକ୍ଷିକ ସମ୍ବାଦ ପତ୍ର ‘ପରଖ ‘ ଉନ୍ମୋଚନ, ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ, ଅଣ୍ଡର ସିକ୍ସଟିନରେ ଆସୁଥିବା ବିଦ୍ୟାଳୟର ଛାତ୍ର ନୀଳ ନିତିନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା, ଛାତ୍ରଛାତ୍ରୀଙ୍କ ଦ୍ୱାରା ମଞ୍ଚ ପରିଚାଳନା ଦିବସଟିକୁ ଉତ୍ସବ ମୁଖର କରିଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟେଲ ଏହି ଦିବସର ବିଶିଷ୍ଟତା ଉପରେ ଆଲୋକପାତ କରି କହିଥିଲେ ଯେ, ବିଦ୍ୟାଳୟ ମାନଙ୍କରେ ଏହି ଦିବସର ପାଳନକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମନରେ ଦେଶାତ୍ମବୋଧକ ଚିନ୍ତାଧାରା ର ବିକାଶ ହୋଇଥାଏ । ବିଦ୍ୟାଳୟର ଏଲ୍. ଏମ୍. ସି ସଭ୍ୟ ରାଜେଶ ମାଲହୋତ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ବିଦ୍ୟାଳୟର ସହ ସଂଯୋଜକ ବିଜୟ କୁମାର ମିଶ୍ର ରହି ସୁଚାରୁ ରୂପେ କାର୍ଯ୍ୟକୁ ସମ୍ପାଦନ କରିଥିଲେ ।