ମା’ ନିତେଇ ଧୋବଣୀ ମନ୍ଦିରର ରତ୍ନମୁଦ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଠାରେ ନବନିର୍ମିତ ମା’ ନିତେଇ ଧୋବଣୀଙ୍କ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ୍‌ ଓ ଛବି ସେଠ୍‌ ପୂଜାର୍ଚ୍ଚନା କରିଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଭକ୍ତ ତଥା ମା’ ଭଉଣୀ ଯୋଗଦେଇ ଆନନ୍ଦିତ ହୋଇ ମା’ଙ୍କ କୃପା ଲାଭ କରିଥିଲେ । ରତ୍ନମୁଦ କାର୍ଯ୍ୟକ୍ରମକୁ ପଣ୍ଡିତ କମଳାକାନ୍ତ ମିଶ୍ର, ନିରଞ୍ଜନ ପୂଜାରୀ ଓ ଚୈତନ୍ୟ ମିଶ୍ର ସୂଚାରୁ ରୂପେ ତୁଲାଇଥିଲେ । ଏହି ରତ୍ନମୁଦ ଉତ୍ସବରେ ପ୍ରତିମା ସେଠ୍‌, ରାଜକିଶୋର ସେଠ୍‌, ପୁଷ୍ପାଞ୍ଜଳୀ ସେଠ୍‌, ରଞ୍ଜନ କୁମାର ସେଠ୍‌ କର୍ତ୍ତା ଭାବରେ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଓ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ମା’ ନିତେଇ ଧୋବଣୀଙ୍କ ଆଶୀର୍ବାଦ ଲାଭ କରିଥିଲେ । ବଲାଙ୍ଗିର ଜିଲ୍ଲା ରଜକ ସମାଜ ସଭାପତି କଳାକାହ୍ନୁ ସେଠ୍‌ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ବରଗଡ ଜିଲ୍ଲା ସଭାପତି ଉମେଶ ସେଠ୍‌, ସୁବର୍ଣ୍ଣପୁର ଉପଦେଷ୍ଟା କମିଟି ସଭାପତି ଉତାନ ସେଠ୍‌ ଯୋଗଦେଇ ସମସ୍ତ ଭକ୍ତ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗିର ଜିଲ୍ଳା ସମ୍ପାଦକ କୀର୍ତ୍ତି ଚନ୍ଦ୍ର ସେଠ୍‌, କୋଷାଧ୍ୟକ୍ଷ ଶେଖର ସେନ ସେଠ୍‌, ମନ୍ଦିର କମିଟି ସମ୍ପାଦକ ଗଦାଧର ସେଠ୍‌, ବରିଷ୍ଠ ସଭ୍ୟ ଅନିରୁଦ୍ଧ ସେଠ୍‌, ସଭ୍ୟ ସୁଦାମ ସେଠ୍‌, ଭୁଜରାଜ ସେଠ୍‌, ସୁରେଶ ସେଠ୍‌, ଜଗନ୍ନାଥ ସେଠ୍‌, ପ୍ରକାଶ ସେଠ୍‌, ଜଗ ସେଠ୍‌, ଜଳନ୍ଧର ସେଠ୍‌, ଉପଖଣ୍ଡ ସଭାପତି ଅଶୋକ ସେଠ୍‌, ରାକେଶ ସେଠ୍‌, ନେପାଲ ସେଠ୍‌, ଶ୍ରୀକର ସେଠ୍‌, ମୋହନ ସେଠ୍‌, ନାରାୟଣ ସେଠ୍‌, ପବିତ୍ର ସେଠ୍‌, ଭକ୍ତ ସେଠ୍‌, ନରସିଂହ ଦିପ, ଇରସାଦ୍‌ ଖାନ ଏହି ଉତ୍ସବକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.