ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭୁବନେଶ୍ୱର ଠାରେ ୧୬ତମ ଜାତୀୟ ମତଦାତା ଦିବସ ୨୦୨୬ (ମାଇ ଇଣ୍ଡିଆ) (ମାଇ ଭୋଟ) ରାଜ୍ୟସ୍ତରୀୟ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସମ୍ୱର୍ଦ୍ଧିତ ହୋଇଛନ୍ତି । ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଠାରୁ ଶ୍ରେଷ୍ଠ ଡିଇଓ (ଜିଲ୍ଲା ନିର୍ବାଚନ ଅଧିକାରୀ) ଭାବେ ଏହି ସମ୍ମାନରେ ସମ୍ୱର୍ଦ୍ଧିତ ହୋଇ ଡ. ସାହୁ ସୁବର୍ଣ୍ଣପୁର ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି । ଜିଲ୍ଲାରେ ସ୍ଵତନ୍ତ୍ର ନିର୍ବାଚନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପ୍ରସ୍ତୁତି ଓ ତଦାରଖ କାର୍ଯ୍ୟ ତପ୍ତରତା ଓ ସଫଳତା ପାଇଁ ଏହି ସମ୍ବର୍ଦ୍ଧନା କରାଯାଇଥିବା ଜଣାଯାଇଛି । ଏହି ଖବରରେ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲାବାସୀ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କୁ ଶୁଭେଛାର ସୁଅ ଛୁଟୁଥିବା ଖବର ମିଳିଛି ।
Next Post