ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ୨୭ ଜାନୁୟାରୀ ୨୦୨୬ ଠାରୁ ୦୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ମହାରାଜା ଫୁଟବଲ ଏସୋସିଏସନ୍ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର ସ‌ହ‌ଯୋଗରେ କରାଯାଉଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ଅଛନ୍ତି ଅନଙ୍ଗ ଉଦୟ ସିଂହ ଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ, ସଭାପତି ଅଛିନ୍ତି । ବଲାଙ୍ଗିର ବିଧାୟକଙ୍କ ତତ୍ତ୍ୱାବଧାନରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି । ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତଥା ଓଡ଼ିଶାର ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଭିଲାଇ, ଛତିଶଗଡ଼ ଏବଂ କୋଲକତା, ପଶ୍ଚିମବଙ୍ଗରୁ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶାରୁ ରାଉରକେଲା, ଫୁଲବାଣୀ, ବରଗଡ଼, ସମ୍ବଲପୁର କୁଚିଣ୍ଡା, ସୋନପୁର ଓ ବଲାଙ୍ଗିରର ମହାରାଜା ଫୁଟବଲ ଏସୋସିଏସନ୍ ଭାଗ ନେଇଛନ୍ତି । ପ୍ରଥମ ଦିନ ‘ଏ’ ପୁଲର ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମଟି ବଲାଙ୍ଗିର ସହିତ ସମ୍ବଲପୁର କୁଚିଣ୍ଡା ମଧ୍ୟରେ ଓ ଦ୍ୱିତୀୟଟି ଫୁଲବାଣୀ ସହିତ ରାଉରକେଲା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମ ସେମିଫାଇନାଲ ୨୮ ଜାନୁୟାରୀରେ ଖେଳାଯିବ । ‘ବି’ ପୁଲର ପ୍ରଥମ ମ୍ୟାଚ୍ ୨୯ ଜାନୁୟାରୀରେ ଭିଲାଇ, ଛତିଶଗଡ଼ ସହିତ ସୁବର୍ଣ୍ଣପୁର, ୩୦ ଜାନୁୟାରୀରେ କୋଲକତା, ପଶ୍ଚିମବଙ୍ଗ ସହିତ ବରଗଡ଼ ଦଳ ମଧ୍ୟରେ ମ୍ୟାଚ ଖେଳାଯିବ । ୩୧ ଜାନୁୟାରୀରେ ଦ୍ୱିତୀୟ ସେମିଫାଇନାଲ ଖେଳାଯାଇ ୧ ଫେବୃୟାରୀରେ ଫାଇନାଲ ମୁକାବିଲା ହେବ । ଏହି ସମସ୍ତ ମ୍ୟାଚ୍ ଖେଳ ପ୍ରେମୀ ଦର୍ଶକମାନଙ୍କୁ ଆପଣମାନଙ୍କ ଜରିଆରେ ଜଣାଉଛୁ ଯେ, ପ୍ରତ୍ୟେକ ଦିନ ଗାନ୍ଧୀ ଷ୍ଟାଡ଼ିୟମ୍‌ରେ ଫୁଟବଲ ଖେଳ ଉପଭୋଗ କରିବେ । ସାମ୍ବାଦିକ ସମ୍ମିଳନୀରେ କମିଟିର କାର୍ଯ୍ୟକାରୀ ସଭାପତି ବିଧୁଭୂଷଣ ତ୍ରିପାଠୀ , ଉପସଭାପତି ଶମ୍ଭୁ ନାଗ, ସମ୍ପାଦକ ସାଗର ସଙ୍ଗମ ଶତପଥି, କୋଷାଧ୍ୟକ୍ଷ ଦେବଦତ୍ତ ବେହେରା, କାର୍ଯ୍ୟକାରୀ ସଦସ୍ୟ ରାଜେନ୍ଦ୍ର ହୋତା, ନିହାର ରଞ୍ଜନ ସ୍ୱାଇଁ, ଲେଙ୍କା ସାହୁ, ଗୁଞ୍ଜ ଖାନ, ସୁମନ ନନ୍ଦ, ଭୁପେନ୍ଦ୍ର ପ୍ରସାଦ ସିଂ, ବିରସେନ ସାହୁ ଏବଂ ବିଭୁତି ଭୂଷଣ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.