ଗୁଡଭେଲା ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ୍ସପ୍ଲୋଜର୍ ଭିଜିଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଏକ୍ସପ୍ଲୋଜର୍ ଭିଜିଟ କାର୍ଯ୍ୟକ୍ରମ ବିଇଓ ନମିତା ରାଣୀ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ସୁପ୍ରସିଦ୍ଧ ଐତିହାସିକ ସ୍ଥଳୀ ଚୌଷଠୀ ଯୋଗିନୀ ମନ୍ଦିର ରାଣୀପୁର ଝରିଆଲ୍ ଓ ଟିଟିଲାଗଡ଼ ଶୈବପୀଠ ପରିଦର୍ଶନ କରିଥିଲେ । ଏଥିରେ ଏବିଇଓ କମ୍ ବିଆର୍‌ସିସି ରମେଶ ଚନ୍ଦ୍ର ସାମର୍ଥ, ବିପିନ ବାଗ, ଷଢାନନ ପ୍ରଧାନୀ, ପ୍ରହଲ୍ଲାଦ ଦଣ୍ଡସେନା, ରମେଶ ଭୋଇ, ଟଙ୍କଧର ସା, ବିଆର୍‌ଟି ଜୁଲ ଫିକର୍ ଖାନ୍, ଅଶୋକ ସାମଲ୍, ରମାକାନ୍ତ ମହାପାତ୍ର, ପଞ୍ଚାନନ ରଣା, ସଞ୍ଜୀବ ପ୍ରଧାନ, ଭୁକା ନନ୍ଦ, ସୁନିଲ ସାହୁ, ସୁରେନ୍ଦ୍ର ନାଥ ସାମଲ, ଅବନୀ ଶଙ୍କର ସାହୁ, ଶିବାଶିଷ ଦେହୁରୀ ତଥା ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମେତ ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ । ବସଟି ଗୁଡଭେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ବାହାରି ପ୍ରଥମେ ଟିଟିଲାଗଡ଼ ଶୈବପୀଠ ଓ ପରେ ରାଣୀପୁର ଝରିଆଲ୍ ପହଞ୍ଚିଥିଲା । ରାଣୀପୁର ଝରିଆଲ୍ ଠାରେ ଭୋଜନ ପରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.