ରାଉରକେଲାରେ ଯୁବ ପ୍ରତିଭାଙ୍କୁ ନେଇ ସଙ୍ଗୀତ ମହୋତ୍ସବ : ମୁଁ ଖାଣ୍ଟି ଓଡ଼ିଆ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଯୁବ ପ୍ରତିଭାମାନଙ୍କୁ ନେଇ ଏକ ସଙ୍ଗୀତ ମହୋତ୍ସବ “ମୁଁ ଖାଣ୍ଟି ଓଡ଼ିଆ” ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଜସ୍କର ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସୁରକ୍ଷା ଓ ଅଗ୍ନି ବିଭାଗର ମୁଖ୍ୟ ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର, ଆରଆଇକେକେଏସର ସାଧାରଣ ସମ୍ପାଦକ ହିଂମାଶୁ ବଳ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଆରଏସପି ସଂଚାର ମୁଖ୍ୟ ଅର୍ଚ୍ଚନା ଶତପଥି ପ୍ରମୁଖ ଯୋଗଦେଇ ଥିଲେ । ଅତିଥିମାନେ କଳାକାରଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ଏଭଳି ପ୍ରୟାସକୁ ସାଧୁବାଦ ଦେଇଥିଲେ । ଆମେ ଖାଣ୍ଟି ଓଡ଼ିଆ କାର୍ଯ୍ୟକ୍ରମରେ ରାଉରକେଲା ପ୍ରତିଭା ରାକେଶ ପତି, ରିଦ୍ଧିଶ୍ରୀ କବି, ନନ୍ଦିତା ମିଶ୍ର, ସବ୍ୟସାଚୀ ଦାଶ, ଅପର୍ଣ୍ଣା ପଣ୍ଡା, ଅଭିଷେକ ଦେବତା, ଚନ୍ଦନ ମହାରଣା ପ୍ରମୁଖ ଓଡ଼ିଆ ସଂଗୀତ ପରିବେଷଣ କରି ସିଭିକ୍ ସେଣ୍ଟରରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଓଜସ୍କରର ଅଧ୍ୟକ୍ଷା ଚେତନା କବି ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ, ସଭାପତି ଭାଗିରଥି କବି ସ୍ୱାଗତ ଭାଷଣ ଓ ସମ୍ପାଦକ ସରୋଜ ଚନ୍ଦ୍ର କବି ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବାବେଳେ ଜ୍ୟୋସ୍ନାରାଣୀ ସାହୁ ମଞ୍ଚ ପରିଚାଳନା ଓ ଶେଷରେ ପରେଶ ଚନ୍ଦ୍ର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଓଜସ୍କର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.