ମଦ, ଗଞ୍ଜେଇ, ଧଳା ଜହର କବଳରେ ଯୁବପିଢ଼ି ସମାଜ : ବୋତଲ ଗଡ଼ିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଅନେକ ଯୁବପିଢ଼ି କରେକ୍ସ, ନାଇଟ୍ରୋଜେନ୍ ଟେନ୍ ଟାବ୍‌ଲେଟ୍‌, ଦେଶୀ, ବିଦେଶୀ ମଦ, ଗଞ୍ଜେଇ, ଗୁଟଖା, ସିଗାରେଟ ଓ ତାଠୁ ବଳି ବ୍ରାଉନ୍‌ସୁଗାର ନିଶାରେ କବଳିତ ହୋଇଗଲେଣି । ଯାହାକି ଆଜିର ଯୁବପିଢ଼ିଙ୍କ ଭବିଷ୍ୟତ ଓ ମୂଲ୍ୟବାନ୍ ଜୀବନକୁ ଏପରି ମାରାତ୍ମକ ନିଶାରେ ବାଜି ଲଗାଉଛନ୍ତି । ଯାଦ୍ୱାରା କି, ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତିଁ । ମନ୍ଦିର ହୁଣ୍ଡିର ତାଲା ଭାଙ୍ଗିବା ଠାରୁ ଆରମ୍ଭ କରି ଲୁଟପାଟ୍‌, ଛିନତାଇ, ରାହାଯାନୀ, ଚୋରି, ଡକାୟତି ଏବଂ ସାଇବର ଅପରାଧ ଭଳି କାର୍ଯ୍ୟ ନିଶା ସେବନ ପାଇଁ କରିବାକୁ ତିଳେମାତ୍ର କାହାକୁ ଖାତିର୍ ନକରି କରି ଚାଲିଥିବା ଜଣାପଡିଛି । ଏପରିକି, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ, ରାସ୍ତାଘାଟ, ଖୋଲାମେଲା ସ୍ଥାନରେ ନିଶାକାରବାର ଓ ସେବନ ଚାଲିଛି ଏବଂ ମଦବୋତଲ ଗଡ଼ିବାର କିଛି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାକି, ରାସ୍ତା, ବାଟଘାଟ, ସ୍କୁଲ, କଲେଜ ଛକ ପୋଖରୀ ହୁଡ଼ା, ନିକାଞ୍ଚନ ସ୍ଥାନ, ସାପ୍ତାହିକ ଶନିବାର ହାଟ ମାର୍କେଟ, ସିଟି ସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ରାସ୍ତା କଡ଼ ଭଳି ପ୍ରତ୍ୟେକ ଗଳିକନ୍ଦି ସ୍ଥାନ ଗୁଡ଼ିକରେ ଜୁଆଡ଼େ ଦେଖିବ ସିଆଡ଼େ ମଦବୋତଲ ଗଡୁଛି, ଏବଂ ପରିତାପର ବିଷୟ ଏହା ଯେ, ଯାତାୟତ ରାସ୍ତାରେ ମଧ୍ୟ ମଦ୍ୟପାନ କରିବା ସହ ଯାତାୟତ କରୁଥିବା ଝିଅ, ମହିଳାମାନଙ୍କୁ ଅସଦାଚରଣ କରୁଥିବା ବହୁ ନଜର ରହିଛି । ମଦ୍ୟପାନ କରି ମଦବୋତଲକୁ ମଦ୍ୟପି ମାନେ ନିଶାରେ ଭାଙ୍ଗି ଦେଉଥିବାରୁ ପଥଚାରୀ ଓ ଗାଈଗୋରୁ ଚଲାବୁଲାରେ ପାଦରେ କାଚ ପଶି ଯାଉଥିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ସ୍କୁଲ ଓ କଲେଜ ପାଠପଢ଼ିବାକୁ ଆସୁଥିବା ଛାତ୍ରମାନେ ଅଧ୍ୟୟନ କରିବାକୁ ନ ଯାଇ ନିଶାସେବନକୁ ଆପଣେଇ ନେଇଛନ୍ତି । ବିଶେଷ କରି ମଦ, ଗଞ୍ଜେଇ ଓ ଧଳା ଜହର କବଳରେ କବଳିତ ହୋଇପଡ଼ିଛନ୍ତି । ତେଣୁ ଅବକାରୀ ବିଭାଗ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଗଲେ ଯୁବପିଢ଼ି ପଥଭ୍ରଷ୍ଟ ହେବାର ଆଶଙ୍କାରୁ ଓହରି ଯାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.