ଦେଓଗାଁରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

  • ବ୍ଲକ ଦୁର୍ନିତୀକୁ ନେଇ ଲୋକେ କଲେ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକକୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଠାରୁ ସେମାନଙ୍କ ଅଭାବ ଅସୁବିଧା ତଥା ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଗତ ଦୁଇ ବର୍ଷ ହେଲା ବ୍ଲକ ପରିଚାଳନାରେ ସମସ୍ୟା ଯୋଗୁଁ ଦେଓଗାଁ ଲୋକେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଲୋକେ ଅଭିଯୋଗ କରିଥିଲେ ଯେ ବ୍ଲକ କର୍ତ୍ତୃପକ୍ଷ ତଥା କର୍ମଚାରୀ ପ୍ରତ୍ୟେକ କାମ ପାଇଁ ଲୋକଙ୍କୁ ବାରମ୍ବାର ଆସିବା ପାଇଁ କହୁଛନ୍ତି । କୌଣସି ସରକାରୀ ଯୋଜନାରେ ହିତାଧିକାରୀ ହୁଅନ୍ତୁ କି କୌଣସି ଉନ୍ନୟନମୂଳକ ପ୍ରକଳ୍ପ ହେଉ ସବୁଥିରେ ଦୁର୍ନିତୀର ଛାପ ପଡୁଛି । ବିନା ଦୁର୍ନିତୀରେ କୌଣସି ଫାଇଲ ଆଗକୁ ବଢୁନାହିଁ ବୋଲି ଅନେକ ଲୋକ ଅଭିଯୋଗ କରିଥିଲେ । ଏ ସବୁଥିରେ ନିର୍ବାଚିତ ପ୍ରତିନିଧିଙ୍କ ସହ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମିଲ ଥିବାର ଅଭିଯୋଗ କରିଥିଲେ । ଦେଓଗାଁ ଅଂଚଳରେ ଧାନ କିଣା ଅଚଳାବସ୍ଥା ଆଜି ପର୍ଯ୍ୟନ୍ତ ଜାରି ରହିଛି । ମଣ୍ଡି ଗୁଡିକରେ ଧାନ ପଡି ରହୁଥିବାର ଚାଷୀମାନେ ଅଭିଯୋଗ କରିଥିଲେ । ରାସ୍ତାଘାଟ ମରାମତି ଠିକ୍‌ ସମୟରେ ହୋଇ ପାରୁନାହିଁ । ବିଜୁଳି ସମସ୍ୟା ଦେଖାଦେଉଛି । ପିଇବା ପାଣି ପାଇଁ ଲୋକେ ଏବେ ଠୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସବୁ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ଉଚ୍ଚ ପଦସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଦୁର୍ନିତୀଖୋର ଅଧିକାରୀ ଲୋକ ପ୍ରତିନିଧିଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ କହିବା ସହ ଯାହା କିଛି ବୋଲି ଲୋକେ ସମସ୍ୟା ସମ୍ମୁଖିନ ହେଉଛନ୍ତି । ସେ ସବୁର ସମାଧାନ ଦିଗରେ ମଧ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ତାହାର ବାଟ ବାହାର କରିବେ ବୋଲି କହିଥିଲେ । ଏହି ଆଲୋଚନା ସମୟରେ ମଦନ ସାହୁ, ଆର୍ତ୍ତ ଘିବେଲା, ହୃଦାନନ୍ଦ ଗଡତ୍ୟା, ମାର୍କଣ୍ଡ ମେହେର, କାନ୍ତେଶ୍ୱର ପ୍ରଧାନ, ରାମଜି ପାଣ୍ଡେ, ପପୁ ପାତ୍ର, ଚାଷୀନେତା କୁନା ସାହୁ, ଆହ୍ଲାଦ ମେଲ୍ଲି, କୈଳାସ ବେହେରା, ଆଶିଷ ବାରିକ, ପିଣ୍ଟୁ ପୋଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.