ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ରଘୁନାଥପୁର ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତି ସନାତନଧର୍ମର ପୂଜାରୀ ଗଣପତି ସାହୁଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଥିବା ବେଳେ ରବିବାର ତାହାଙ୍କ ଦ୍ୱାଦଶାହ କାର୍ଯ୍ୟ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହୋଇଯାଇଛି । ତାଙ୍କରି ଅନ୍ତେ ତାଙ୍କ ପୁତ୍ର ସୂର୍ଯ୍ୟ ନାରାୟଣ ସାହୁ, କନିଷ୍ଠ ପୁତ୍ର ମହେନ୍ଦ୍ର ସାହୁ ଏହି କାର୍ଯ୍ୟରେ କର୍ତ୍ତା ସାଜି ସୁରୁଖୁରୁରେ ଦ୍ୱାଦଶାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବନ୍ଧୁବର୍ଗ, ଜ୍ଞାତି କୁଟୁମ୍ବ ଏବଂ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଯୋଗଦେଇ ସ୍ୱର୍ଗତ ଗଣପତି ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଶିଷ୍ଟ ସମାଜସେବୀ ବନମାଳୀ ସେଠୀ, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ପ୍ରମୁଖ ଯୋଗଦେଇ ତାହାଙ୍କ ପ୍ରତିକୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସାଂଗକୁ ତାଙ୍କରି ଭଳି ଜନପ୍ରିୟତା, ମହାନତା, ଧାର୍ମିକ ବ୍ୟକ୍ତି ଜନମାନସରେ ବିରଳ ବୋଲି ମତପ୍ରକାଶ କରିଛନ୍ତି ।
Next Post