jsm

ଜର୍ଜଗଡ଼ ଗ୍ରାମରେ ଘର ଜମି ବଣ୍ଟନକୁ ନେଇ ଅସନ୍ତୋଷ ହୋଇ ସାଂସଦଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ଜମିକୁ ତହସିଲଦାର ଅନ୍ୟ ଗ୍ରାମର ଲୋକଙ୍କୁ ଘର ପ୍ରଦାନ କରିବା ନେଇ ଖବର ପାଇ ଗ୍ରାମବାସୀମାନେ ତାଙ୍କ ପାଖକୁ କିଛିଦିନ ତଳେ ଯାଇ ସାକ୍ଷାତ କରିଥିଲେ, ଓ ସେହି ସ୍ଥାନରେ ସ୍କୁଲ ଖେଳପଡିଆ ତଥା ଗୋଟିଏ କମ୍ୟୁନିଟି ସେଣ୍ଟର କରାଯିବା ନେଇ ଆମେ ଅନେକ ଦିନ ହେଲା ବିଡ଼ିଓଙ୍କୁ ଦାବିପତ୍ର ଦେଇଛୁ ବୋଲି କହିଥିଲେ । ଗ୍ରାମବାସୀଙ୍କ କଥାଶୁଣି ତହସିଲଦାର ଏହି ଜାଗାରେ ପ୍ରାୟ ୩୦ ଜଣଙ୍କୁ ଘର ଜମି ବଣ୍ଟନ ହେବ ବୋଲି କହିଥିଲେ । ଗ୍ରାମବାସୀମାନେ ଆମ ଗ୍ରାମର ଜମିହୀନମାନଙ୍କୁ ପ୍ରଥମେ ଦିଆଯାଉ ଏବଂ ସ୍କୁଲ ପାଇଁ ଖେଳପଡିଆ କରାଯାଉ ବୋଲି ଆପତ୍ତି କରିଥିଲେ । ପୂର୍ବରୁ ଆମେ ଅଭିଯୋଗ କରିଥିଲୁ ବୋଲି କହିଥିଲେ ସୁଦ୍ଧା ସେ ଶୁଣି ନ ଥିଲେ । ମଙ୍ଗଳବାର ଗ୍ରାମର ମହିଳା ଓ ପୁରୁଷ ମିଶି ପ୍ରାୟ ୭୦ ଜଣ ତହସିଲଦାରଙ୍କ ପାଖକୁ ଯାଇଥିଲେ, ସେ କହିଥିଲେ ମୁଁ ତୁମମାନଙ୍କୁ ଜଣାଇ ଦେଇଛି ଆଉ କିଛି କରି ପାରିବି ନାହିଁ । ସମସ୍ତେ ବରଗଡ ଜନପ୍ରିୟ ସାଂସଦ ପ୍ରଦୀପ ପୁରୋହିତଙ୍କ ପାଖକୁ ଯାଇଥିଲେ, ସେ ସମୟରେ ସାଂସଦ ଶ୍ରୀ ପୁରୋହିତ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଫିସରୁ ବାହାରି ଯାଇଥିବାରୁ ତାଙ୍କର ଦରଖାସ୍ତ ରଖି ଆସନ୍ତା କାଲି ଏହାର ବିଚାର କରିବା ବୋଲି କହିଥିଲେ । ପ୍ରକାଶ ଥାଉକି ପାଇକମାଲ ବ୍ଲକରେ ଗ୍ରୀଭେନସ ସମୟରେ ମଧ୍ୟ୍ୟ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ନେଇ ଅଭିଯୋଗ କରିଥିଲେ ଓ ଜିଲ୍ଲାପାଳ ମହୋଦୟ ଗ୍ରାମବାସୀଙ୍କ କଥା ବୁଝିବାକୁ ସ୍ଥାନୀୟ ଅଧିକାରୀଙ୍କୁ ଆଦେଶ ଦେଇଥିଲେ । ପାଇକମାଲ ନବୋଦୟ ବିଦ୍ୟାଳୟ ନିକଟରେ ସହ ସହ ଏକର ସରକାରୀ ଜମି ଥିବାବେଳେ ସରକାରୀ କଟା ପାଖରେ ମଧ୍ୟ୍ୟ ବହୁତ ସରକାରୀ ଜମି ପଡ଼ିରହିଛି ହେଲେ ସେଠାରେ ଜମିହୀନ ମାନଙ୍କୁ ଘର, ଜମି ପାଇଁ ସ୍ଥାନ ନଦେଇ ଜର୍ଜଗଡ଼ ଠାରେ କାହିଁକି ତହସିଲଦାର ଜମି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମହିଳା ମାନେ, ଦେଖାଯାଉ ଲୋକପ୍ରିୟ ସାଂସଦ ପ୍ରଦୀପ ବାବୁ ଜର୍ଜଗଡ଼ ମହିଳା ଓ ଗ୍ରାମବାସୀଙ୍କ ପାଇଁ କଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

yuvodaya
Leave A Reply

Your email address will not be published.