jsm

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପିଏମ୍ ଶ୍ରୀ ଉତ୍ସବ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆକାଂକ୍ଷୀ ଛାତ୍ର ପରିଷଦ ଟ୍ୟାଲେଣ୍ଟ ଗ୍ୟାଲେରୀ ଅନ୍ତର୍ଗତ ଚାରିଟି କ୍ଲବ ଯଥା ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସାରେ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ଆକାଂକ୍ଷୀ ମେଳା ଇନସ୍ପାୟରିଂ ଓଡ଼ିଶା ୨୦୩୬ରେ ମୋ ସ୍ୱପ୍ନର ଓଡ଼ିଶା ୨୦୩୬ରେ କିପରି ହେବ ତାହାର ପରିକଳ୍ପନା କରି ପ୍ରକଳ୍ପ ତିଆରି କରିଥିଲେ ଏବଂ ଦୋକାନ ଯାତ୍ରାରେ ପିଲାମାନେ ବିଭିନ୍ନ ସାମଗ୍ରୀ ବିକ୍ରୟ କରି ଆତ୍ମନିର୍ଭର ହେବାର ମାଧ୍ୟମ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେରଙ୍କ ସଭାପତିତ୍ୱରେ ପିଏମ୍ ଶ୍ରୀ ଉତ୍ସବର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ରାଜବୋଡାସମ୍ବର୍ ବିଇଓ ଲୋକନାଥ ଭୋଇ ମୁଖ୍ୟ ଅତିଥି ଏବଂ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ବିନିଲତା ସାହୁ, ସମାଜସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦାବନ ଦାଶ, ଶ୍ରୀମତୀ ମୀନତି ଦାଶ, ସୁରେନ୍ଦ୍ର କୁମାର ଭୋଇ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଜ୍ଞାନ ଶିକ୍ଷକ ମାନସ ରଂଜନ ଶତପଥୀ ସଭା ପରିଚାଳନା କରିଥିଲେ ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆକାଂକ୍ଷୀ ମେଳାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଅମନ କୁମାର ପଣ୍ଡା, ଜ୍ୟୋତି ରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.