ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଅଘଟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ୍ୟୁଟି ସାରି ଘରକୁ ଫେରୁଥିଲେ । ବାଟରେ ମୃତ୍ୟୁର ଫାସ ଧରି ଛକି ବସିଥିଲା କାଳ । ଏଭଳି ଏକ ଘଟଣା ସାରା ବଲାଙ୍ଗିରକୁ ଆଜି ଦୋହଲାଇ ଦେଇଛି । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଗତ ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି । ବଲାଙ୍ଗିର ସହରରେ ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିବା ବେଳେ ଜଣେ ହୋମଗାର୍ଡଙ୍କ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ହୋମଗାର୍ଡ ଜଣକ ରଣ୍ଡା ଗାଁର ବାସିନ୍ଦା ହେମନ୍ତ କୁମାର ସେଠ( ୪୧ )। ତେବେ ସେ ଥାନାରେ ରୋଲକଲ୍‌ ଦେଇ ବଲାଙ୍ଗିର ସହରରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖବରପାଇ ପୁଇଁତଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଦୁର୍ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ପୁଇଁତଲା ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.