jsm

ସମ୍ବର୍ଦ୍ଧିତ ହେଲେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶଙ୍କ ଆଦର୍ଶ ତ୍ୟାଗ ଓ ମହାନତାକୁ ସମ୍ମାନ ଜଣାଇ ଛତ୍ରପୁରସ୍ଥ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ନବବର୍ଷ ଅବସରରେ ଈଶ୍ୱରୀୟ ଉପହାର ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ତରରେ ସମୟ ବଡ଼ ବଳବାନ ବୋଲି କହି ପ୍ରାଚୀନ ଯୁଗର ଲୋକମାନଙ୍କର ଜୀବନ ଶୈଳୀ ଖୁବ୍ ଉନ୍ନତମାନ ଥିଲା ଏବଂ ସେ ସମୟର ଲୋକଙ୍କ ଚିନ୍ତାଧାରା, ଆଦର୍ଶତା ଓ ଆଧ୍ୟାତ୍ମିକତା ଭିତ୍ତିରେ ସାତ୍ତ୍ୱିକ ଭାବନା, ବିଶେଷ କରି ପୁରାଣ ଯୁଗରେ ଖୁବ୍ ମହନୀୟ ସଂସ୍କୃତିର ସଭ୍ୟତା ଥିଲା ବୋଲି ଡ଼ାକ୍ତର ଶ୍ରୀ ଦାଶ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ତେଣୁ ଆଜିର ମଣିଷ ଅର୍ଥ ପଛରେ ଦୌଡ଼ି, ଅର୍ଥ ପାଇଁ ନିଜର ସମୟ ବରବାଦ କରିବାରେ ଲାଗିଛି । ଧନ ଠାରୁ ସ୍ଵାସ୍ଥ୍ୟ ହିଁ ସମ୍ପଦ ବୋଲି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମେ ସବୁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଡ଼ାକ୍ତର ଶ୍ରୀ ଦାଶ ମତପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ନୂଆବର୍ଷର ଅବ୍ୟବହିତ ପୂର୍ବରୁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ଆୟୋଜିତ ଏକ ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମା କୁମାର ବାଲା କ୍ରିଷ୍ଣା, ସିମାଞ୍ଚଳ ଭାଇ, ରଜନୀ କାନ୍ତ ଭାଇ ଏବଂ ବ୍ରହ୍ମା କୁମାରୀ ଭଉଣୀ ଓ ଭାଇ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.