jsm

ଓବିସି ମଞ୍ଚର ‘ଗାଆଁକୁ ଚାଲ’ ଅଭିଯାନର ପ୍ରସ୍ତୁତି ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ଚାକିରି ତଥା ରାଜନୀତିରେ ଓବିସି ବର୍ଗର ଲୋକମାନେ ସମାନୁପାତିକ ସଂରକ୍ଷଣ ପାଉ ନଥିବା, ଉଚ୍ଚ ନ୍ୟାୟାଳୟ, ସବୋର୍ଚ୍ଚ ନ୍ୟାୟାଳୟରେ ତଥା ସରକାରଙ୍କ ବରିଷ୍ଠ ପଦ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗର ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଉନଥିବାରୁ ସମ୍ପାଦକ ପ୍ରଦେଶୀ ବିଶ୍ଵାଲ କ୍ଷୋଭ ପ୍ରକାଶ କରିଥିଲେ । ଓବିସିଙ୍କ ସାମ୍ବିଧାନିକ ସଚେତନତା ପାଇଁ ଜିଲ୍ଲାର ସମସ୍ତ ଗାଁକୁ ଯାଇ ସଚେତନତା ଅଭିଯାନ “ଗାଁକୁ ଚାଲ” କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି କମିଟିର ଏକ ଯୌଥ ଏକାଉଣ୍ଟ ସମ୍ପାଦକ ପ୍ରଦେଶୀ ବିଶ୍ଵାଲ ଏବଂ କୋଷାଧ୍ୟକ୍ଷ ମଧୁସୂଦନ ଖେତୀଙ୍କୁ ସର୍ବସମ୍ମତି କ୍ରମେ କ୍ଷମତା ଅର୍ପଣ କରାଗଲା । ଏହି କମିଟି ପରିବର୍ଦ୍ଧିତ କରି ଅତିରିକ୍ତ ଭାବରେ, ପଞ୍ଚାନନ ସାଙ୍କୁ ଯୁବ ସଂଗଠନ ଦାୟିତ୍ଵ ଦିଆଗଲା । ଏଥିରେ ପ୍ରଦୀପ କୁମାର ବେହେରା, ରାମଚନ୍ଦ୍ର ବେହେରା, ଉତ୍ତମ ଖମାରୀ, ମଧୁସୂଦନ ଖେତୀ, ସୁଶାନ୍ତ କଲତା, ଟଙ୍କଧର ଗଡତ୍ୟା, ବ୍ରଜଭୁଷଣ ସାଏ, ନିରଞ୍ଜନ ଡାଙ୍ଗ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ମଞ୍ଜରୀ ପଟେଲ, ସସ୍ମିତା ମେହେର, ଲକ୍ଷ୍ମୀ ଜୁଏଡ, ସୁବାଷିନୀ ସାହୁ, ଆନନ୍ଦ ପଧାନ, କିଶୋର ଚନ୍ଦ୍ର ସାଏ ପ୍ରମୁଖ ଉପସ୍ଥିତ ଥିଲେ । ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ଵା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.