csstore

ବଙ୍ଗୋମୁଣ୍ଡାରେ କ୍ରିକେଟ ଲୋକାଲ୍ ଲିଗ – ଇଲାଇଟ ଚେଲେଞ୍ଜର୍ସ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳ ପଡିଆ ଠାରେ ଟାଉନ ଇଲେଭେନ କ୍ରିକେଟ କ୍ଲବ ଓ ଫୁଟବଲ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଚାଲିଥିବା ବଙ୍ଗୋମୁଣ୍ଡା କ୍ରିକେଟ ଲୋକାଲ ଲିଗ ସିଜନ – ୫ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଲୋକାଲ ଲିଗରେ ୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଇଲାଇଟ ଚେଲେଞ୍ଜର୍ସ ଓ ଟାଉନ ଇଲେଭେନ ଫାଇନାଲ୍ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲା । ଇଲାଇଟ ଚେଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୫ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲା । ଜବାବରେ ଟାଉନ ଇଲେଭେନ ବ୍ୟାଟିଂ କରି ୧୦ ଓଭରରେ ୭ ଉଇକେଟ ହରାଇ ୧୦୧ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ସୁଶୀଲ ଜୈନ, ସମାଜସେବୀ ଧରମପାଲ ଜୈନ, ପ୍ରଦୀପ ମେହେର, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଡ଼, ଫରେଷ୍ଟର ଦିବସ ମାଝୀ, କିଶୋର ମେହେର, ବିଜେପି ଯୁବ ନେତା ଚିଣ୍ଟୁ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ରାକେଶ, ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ଜିତାମିତ୍ର ବିଶିଙ୍କୁ ବିବେଚିତ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ସୁମିତ ଜୈନ, ଚିନୁ ବିଶ୍ୱାଳ, ପ୍ରତୀକ ଯୋଶୀ, ବିକାଶ ବାରିକ, ଯତୀନ ସିନ୍ଦୁର, ସୁନୀଲ ସତନାମୀ, ଆକାଶ ସରାଫ, ଅଜିତ ବେହେରା, ରାଜା ନାଏକ, ଶିରିତ ମିଶ୍ର, ରୂପକ ଯାଦବ, ପବନ ପୁଟେଲ, ହଳଧର ପୁଟେଲ, ଚିଣ୍ଟୁ ପୁଟେଲ, ଅର୍ପିତ ମିଶ୍ର, ଆୟୁଷ୍ମାନ ପଟ୍ଟନାୟକ, ଜିତ ଶତପଥୀଙ୍କ ସହ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.