ବଲାଙ୍ଗିର, (କେପିଏନ୍ଏସ୍) : ପୌଷ ପୂର୍ଣ୍ଣିମା ଅବସରରେ ଆସନ୍ତା ଜାନୁୟାରୀ ୨ ଓ ୩ ତାରିଖ ଦୁଇ ଦିନ ବ୍ୟାପି ପୁଷ୍ୟାଭିଷେକ ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ୨ ତାରିଖ ଦିନ ଶ୍ରୀରାମ ମନ୍ଦିରରେ ବୈଠକୀ କୀର୍ତ୍ତନ, ରାମାୟଣ, ପାରାୟଣ ଅନୁଷ୍ଠିତ ହେବ । ୩ ତାରିଖ ପୌଷ ପୂର୍ଣ୍ଣିମା ଦିନ ରାମ ଭରତ ମିଳନ ହେବା ସହିତ ରଥରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ବୀର ଲକ୍ଷ୍ମଣ ନଗର ପରିକ୍ରମା କରିବେ । ବିଭିନ୍ନ ସଂକୀର୍ତ୍ତନ ଦଳ ଓ କଳାକାର ଏଥିରେ ଭାଗ ନେବେ । ପରେ ମନ୍ଦିର ଠାରେ ଭକ୍ତ ସମାବେଶ ଅନୁଷ୍ଠିତ ହେବ । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ, ଶ୍ରୀରାମ ସେବା ସମିତି ତଥା ବାନ୍ଧନଘୋର ଗ୍ରାମବାସୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମନ୍ଦିର ଟ୍ରଷ୍ଟର ଚେୟାରମେନ ମଳୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଉତ୍ସବରେ କର୍ତ୍ତା ଅଚ୍ୟୁତାନନ୍ଦ ମିଶ୍ର ହେବେ । ପ୍ରକାଶ ଥାଉକି ଗତ ସାତ ବର୍ଷ ହେଲା ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ ଏହି ଉତ୍ସବ ପାଳନ ହୋଇଆସୁଛି ଓ ସମସ୍ତ ଗ୍ରାମବାସୀ ଆମିଷ ବର୍ଜନ ପୂର୍ବକ ଏଥିରେ ସାମିଲ ହେଉଛନ୍ତି । ସମସ୍ତ ଭକ୍ତମାନେ ଏହି ଉତ୍ସବରେ ସାମିଲ ହୋଇ ପ୍ରଭୁ କୃପା ଲାଭ କରିବାକୁ ଟ୍ରଷ୍ଟ ତରଫରୁ ନିବେଦନ କରାଯାଇଛି ।
Prev Post
Next Post