ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଦ୍ୟୁତ୍ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା, (ବିମଳେନ୍ଦୁ ସାହୁ) : ଆଜି ମୟୂରଭଂଜ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ, ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ଓ ବିଦ୍ୟୁତ୍ ଉପଭୋକ୍ତା ସତ୍ୟସାଇ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସରକାର ଓ ବିଦ୍ୟୁତ୍ ବିଭାଗ ବିରୁଦ୍ଧରେ ଟାଟା ପାୱାର ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଥିଲେ । ଏକ ଛତ୍ରବାଦ ବିଜେପି ସରକାର ବିରୁଦ୍ଧରେ ବକ୍ତବ୍ୟରେ କହିଥିଲେ, ବିଜେପି ପ୍ରତିଶୃତି ଦେଇ ବିଦ୍ୟୁତ୍ ଗ୍ରାହକକୁ ପ୍ରତାରଣା କରିଛି । ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ଏକ ନିର୍ବାଚନୀ ଚାଲ ଓ ମିଥ୍ୟା ପ୍ରତିଶୃତି ଥିଲା, ଆଗାମୀ ଦିନରେ କଂଗ୍ରେସ ବ୍ଲକ୍ ସ୍ତରରେ ଆନ୍ଦୋଳନ କରିବା ସହ ସାଧାରଣ ଜନତାକୁ ସଚେତନ କରିବ ବୋଲି ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏସ, ଟି ସେଲ ର।ଜ୍ୟ ଉପାଧ୍ୟକ୍ଷ ଚୈତନ୍ୟ ହାଁସଦା, କୃଷକ ସେଲ ସଭାପତି ଦୀପକ ଦାଶ, ପିସିସି ସଭ୍ୟ ନାରାୟଣ ପଟ୍ଟନାୟକ, ଶାନ୍ତନୁ ପାଲ, ସୁନୀତା ନାୟକ, ସବିତା ସୋରେନ୍, ଗୌରୀ ନାୟକ, ଭୋଜ ଗୋବିନ୍ଦ ଦଳେଇ, ନଳିନୀ ପଟ୍ଟନାୟକ, ମିନକେତନ ବେହେରା, ବକ୍ତବ୍ୟରେ କଂଗ୍ରେସ କର୍ମୀଙ୍କୁ ଉଦ୍ଧବୋଧନ ଦେବା ସହ ବିଜେପି ସରକାରର ମିଥ୍ୟା ପ୍ରତିଶୃତିକୁ କଡ଼ା ସମାଲୋଚନା କହିଥିଲେ । ଟାଟା ପାୱାର କମ୍ପାନୀକୁ ହାତ ବ।ରଷି କରି ଗରିବ ଗ୍ରାହକମାନଙ୍କ ଠାରୁ କୋଟି କୋଟି ଟଙ୍କା ଶୋଷଣ କରି ମାଲେ ମାଲ ହେଉଛନ୍ତି ସରକାର ଓ ମନ୍ତ୍ରୀ । ଏହି କର୍ଯ୍ୟକ୍ରମରେ, ମାଧବୀ ସେନାପତି, ରାଜ୍ୟ ମହିଳା ସଂପାଦିକ। ଶୁଭସ୍ମିତା ଦାସ, ଭୁବନେଶ୍ଵରୀ ଜେନା, ତାର।ନା ବାନୋ, ଉତ୍ତମ ବେହେରା, ସତ୍ୟକାମ ସେନାପତି, ବିକାଶ ମୋହାଭୋଇ, ସମର ରଂଜନ ଦାସ ନିର୍ମଳ ପ୍ରଧାନ, ଅସିତ୍ ଦାସ, ରୋକିମ ଭାଇ, ବନମାଳି ବାରିକ୍, ସୁନ।ରମ୍ ସୋରେନ୍, ଭବାନୀ ସାହୁ, ପାର୍ବତୀ ସୋରେନ୍, ଅଭିଷେକ ଯାଦବ, ବନମାଳୀ ବାରିକ, ଟିକନ ଗୋଛାୟତ, ଚନ୍ଦନ କିଷ୍କୁ, ବିଷ୍ଣୁ ସୋରେନ୍, ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ସଭାପତିତ୍ୱ କରିଥିଲେ ନାରାୟଣ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ ଶାନ୍ତନୁ ପାଲ ।

Leave A Reply

Your email address will not be published.