ଛତ୍ରପୁର ପଞ୍ଚାୟତ ସମିତିର ଏକାଦଶତମ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ବ୍ଲକ୍ ଛତ୍ରପୁର ପଞ୍ଚାୟତ ସମିତିର ଏକାଦଶତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ ଯୋଗାଣ, ରାସ୍ତା କୋଠାବାଡ଼ି, ମତ୍ସ୍ୟ, ପ୍ରାଣୀ ସମ୍ପଦ, କୃଷି ଓ ଉଦ୍ୟାନ ଉପରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଯାଇଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଧାପନ୍ତରିଆ ଭାବେ ପଡିରହିଥିବା ବିଷୟରେ ପି.ଆର୍. ମେମ୍ବରମାନେ ଦୃଷ୍ଟି ଆକର୍ଷଣ କରିଥିବା ସାଂଗକୁ ଅଧାପନ୍ତରିଆରେ ପଡ଼ି ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ତ୍ଵରାନିତ୍ଵ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁଙ୍କୁ ଅବଗତ କରାଇଛନ୍ତି । ଛତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସ, ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷା ଶ୍ରୀମତୀ ସାଡି ଶାରଦା ରେଡ୍ଡୀ, ବିଧାୟକ ପ୍ରତିନିଧି ବାପି ଦାସ, ସାଂସଦ ପ୍ରତିନିଧି ସନ୍ତୋଷ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ପି.ଆର୍. ମେମ୍ବରମାନଙ୍କ ଦୃଷ୍ଟିଆରୋପକୁ ଭିତ୍ତି କରି ମତାମତ ଦେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନକୁ ଜଣାଇଛନ୍ତି । ସମିତି ବୈଠକରେ ସିଡିପିଓ ମ୍ୟାମ୍ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀଙ୍କ କନ୍ୟା ଯୋଜନା ଆରମ୍ଭ ହେବାକୁ ଯାଉଅଛି, ତାହାର ଗାଇଡ ଲାଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସୁନ୍ଦରପ୍ରୁ ଗ୍ରାମପଞ୍ଚାୟତରେ ସ୍ଵାସ୍ଥ୍ୟସେବା ସମସ୍ୟା ଜଟିଳ ଥିବା ନେଇ ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ଵାଧୀନ କୁମାର ରଥଙ୍କୁ ସ୍ଥାନୀୟ ପି.ଆର୍. ମେମ୍ବର୍ ଅବଗତ କରାଇଛନ୍ତି । ଚଳିତ ବୈଠକର ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅନୁପସ୍ଥିତତାକୁ ନେଇ ବାହାରେ ଅନେକ ଚର୍ଚ୍ଚା ଗୁଜବ ହେଉଥିବା ନେଇ ଜଣାଯାଏ ।

Leave A Reply

Your email address will not be published.