କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ନଗରରେ ବିଜେପି ପାର୍ଟୀର ଟ୍ରେଡ଼ ମାର୍କ କୁହାଯାଉଥିବା ଚା ପର ଚର୍ଚ୍ଚା କାର୍ଯ୍ୟକ୍ରମ ପଶୁ ଚିକିତ୍ସାଳୟ ନିକଟରେ ଥିବା ଚା ଦୋକାନରେ ଭାଗ ନେଇଥିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ । ଏହି ସମଯରେ କେସିଙ୍ଗାର ବିଶିଷ୍ଟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ କେସିଙ୍ଗା ନଗରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତା’ପରେ ଅପରାହ୍ନରେ କୋଣାର୍କ ସୂତାକଳ ପରିଦର୍ଶନ କରି ସୂତାକଳର ପୁନଃରୁଦ୍ଧାର ଓ କେସିଙ୍ଗା ଏମ୍ଏସ୍ଏମ୍ଇ ପାର୍କରେ ଉଦ୍ୟୋଗ ଗଠନକୁ ନେଇ ଆଲୋଚନା ସହ ତା’ର ସ୍ଥାପନା ପାଇଁ ଉପନିର୍ଦ୍ଦେଶକ ବସ୍ତ୍ର ଓ ବୟନ ଶିଳ୍ପ, ଜୀ ଏମ୍ ଜିଲ୍ଲା ଶିଳ୍ପସଂସ୍ଥା, ଏମ୍ ଡି ସୂତାକଳ, ସେକ୍ରେଟାରୀ ବସ୍ତ୍ର ଓ ବୟନ ସହ ଚର୍ଚ୍ଚା ଆଲୋଚନା କରିଥିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ବ୍ୟକ୍ତିଗତ ଭାବେ ପରିଦର୍ଶନ କରିଥିଲେ, ନଗର ସଭାପତି ପିଙ୍କୁ ପରିଡା, ନମିତା ସାହୁ, ସରିତା ସିନ୍ଦୂର, ବିଧି ଜୈନ, ପ୍ରଶାନ୍ତ ବାନାର୍ଜୀ, ସନ୍ତୋଷ କୁମାର ଦାଶ, ମଗନ ସିନ୍ଦୂର, ସୁନୀଲ ଜୈନ, କୁନା ଦାସ, ବିମଳ ବାଗ, ବଣ୍ଟି ଜୈନ ପ୍ରମୁଖ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ସହ ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଟା କରିଥିଲେ ।