ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ତଥା ବିଜେପି ପାଇକମାଲ ମଣ୍ଡଳର ପୂର୍ବତନ ସଭାପତି ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ୧୫ତମ ସହିଦ ପାଳନ ହୋଇଯାଇଛି । ଗତ ୨୭. ୧୨. ୧୦ରେ ଉଭୟଙ୍କୁ ପୋଲିସ ମିଥ୍ୟା ଏନକାଉଣ୍ଟର କରି ହତ୍ୟା କରିଥିଲା । ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ୨୦୧୧ରେ ବାର୍ଷିକ ସମାବେଶ ଝାରବନ୍ଧ ଠାରେ ଉଭୟଙ୍କୁ ସହିଦ ଘୋଷଣା କରି ଟେମରୀ ଗ୍ରାମରେ ଏକ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ ହୋଇଥିଲା । ସ୍ୱାଧିନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କ ଭଣଜା ଜଗମୋହନ ସିଂ ତାଙ୍କ ସ୍ମୃତି ସ୍ତମ୍ଭ ଉଦଘାଟନ କରିଥିଲେ । ଆଜି ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବରିଷ୍ଠ କର୍ମୀ ଶୁକୃ ସାହୁଙ୍କ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ପୂର୍ବତନ ଆବାହକ ତଥା ଟେମରୀ ସରପଞ୍ଚ ଦିଲ୍ଲୀପ ବେହରା, ଧିରେନ ମହାନ୍ତି, ରାସହ ବିହାରୀ ସାହୁ, ସୁରେଶ ଚନ୍ଦ୍ର ପଧାନ, ରଘୁବୀର ସିଂ ବରିହା, ଭୀଷ୍ମ ଦେବ ପଟେଲ, ଧୁବଳେଶ୍ୱର ବରିହା ଯୋଗ ଦେଇଥିଲେ । ପ୍ରତିବର୍ଷ ସହିଦ ଦିବସରେ ତାଙ୍କର ପରିବାର ବର୍ଗଙ୍କୁ କ୍ଷତି ପୂରଣ ଦାବି କରି ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉ ନାହାନ୍ତି ତେଣୁ ଆସନ୍ତା ଜାନୁଆରୀ ୧ ତାରିଖ ନୃସିଂହନାଥ ଠାରେ ବାର୍ଷିକ ସମାବେଶରେ ବିଧିବଦ୍ଧ ଭାବେ ଆଲୋଚନା ହେବ ବୋଲି ଶ୍ରୀ ପୁଟା କହିଛନ୍ତି ।
Prev Post