ଜିଲ୍ଲା ବାରିକ ସମାଜର ସାଧାରଣ ପରିଷଦ ବୈଠକ

  • ଜିଲ୍ଲା ସଭାପତି ଭାବରେ ନବୀନ କୁମାର ପସାୟତ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ବାରିକ ସମାଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସାଙ୍ଗଠନିକ ଉପରେ ଆଲୋଚନା କରାଯିବା ସହ ମୁଖ୍ୟତଃ ଜିଲ୍ଲା ସଭାପତି କଙ୍ଗାଲୁ ବାରିକଙ୍କ ଆବର୍ତ୍ତନରେ ଖାଲି ପଡିଥିବା ସଭାପତି ପଦବୀ ପାଇଁ ଆଲୋଚନା ହୋଇଥିଲା । ଆଲୋଚନା ପରେ ସର୍ବସମ୍ମତି କ୍ରମେ ଜିଲ୍ଲା ଉପସଭାପତି ନବୀନ କୁମାର ପସାୟତଙ୍କୁ ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକ ଭାବରେ ପଶ୍ଚିମ ଓଡିଶା ବାରିକ ମହାସଂଘର ସାଧାରଣ ସଂପାଦକ ବୃନ୍ଦାବନ ବାରିକ ଯୋଗଦେଇ ଥିଲେ । ଜିଲ୍ଲା ସାଧାରଣ ସଂପାଦକ ଦଶରଥ ପସାୟତ ବୈଠକର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସଭା କାର୍ଯ୍ୟକୁ ଜିଲ୍ଲା ଉପ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତ ପରିଚାଳନା କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ନନ୍ଦ ବାରିକ, ସେଲୁନ ସଂଘ ସଭାପତି ଶିଶିର ବେହେରା, ଆଇନ ପରାମର୍ଶଦାତା ଓକିଲ ଗୋବିନ୍ଦ ଚନ୍ଦ୍ର ବେହେରା, ସତ୍ୟବ୍ରତ ବାରିକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ବୈଠକରେ ଜିଲ୍ଲାର ୧୪ ଗୋଟି ବ୍ଲକ ଓ ବଲାଙ୍ଗିର ସେଲୁନ ସଂଘର ସଭାପତି, ସଂପାଦକଙ୍କ ସମେତ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଗୁଡିକୁ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ପସାୟତ ଆଗତ କରିବା ସହ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକକୁ ସଫଳ କରିବା ପାଇଁ କିରନ ବାରିକ, ଅଭେଲ ବାରିକ, ଦେବଦତ୍ତ ବେହେରା, ଗଣ ବାରିକ, ମନୋଜ ବାରିକ, କାହ୍ନା ବାରିକ, ଦୀନବନ୍ଧୁ ବାରିକ, ସରୋଜ ବାରିକ, ରଞ୍ଜନ ବାରିକ, ସନ୍ତୋଷ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.