ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନର ଓଡିଶା ଶାଖା ତରଫରୁ ମହିଳା ସମ୍ମିଳନୀରେ ଯୋଗ ଦେଲେ ସାଂସଦ ସଙ୍ଗୀତା ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନର ଓଡିଶା ଶାଖା ତରଫରୁ ଏକ ମହିଳା ସମ୍ମିଳନୀ ବିଦ୍ୟା ହେଭେନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦେଇ ମହିଳାମାନେ ସଶକ୍ତ ହେଲେ ଦେଶ ତଥା ରାଜ୍ୟର ସର୍ବପରି ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ସିଂହଦେଓ ସମ୍ମେଳନ ପକ୍ଷରୁ ପ୍ରକାଶିତ ମହାସଙ୍ଗିନୀ ସ୍ମରଣିକାକୁ ଉନ୍ମୋଚିତ କରିବା ସହ ବିଭିନ୍ନ କ୍ଷେତ୍ରରେ ଅବଦାନ ରହିଥିବା ସଦସ୍ୟା ମାନଙ୍କୁ ସମ୍ମାନିତ କରିଥିଲେ । ପ୍ରାଦେଶିକ ମହିଳା ସମ୍ମେଳନ ଓ ଜିଲ୍ଲା ମହିଳା ସମ୍ମିଳନୀ ସଦସ୍ୟମାନେ ବିଭିନ୍ନ ସମୟରେ ସମାଜସେବା, ଜନହିତ କାର୍ଯ୍ୟରେ ସହଯୋଗର ହାତ ବଢା଼ଉ ଥିବାରୁ ପ୍ରଶଂସା କରିଥିଲେ । ପ୍ରାଦେଶିକ ମହିଳା ସମ୍ମିଳନୀର ଅଧ୍ୟକ୍ଷା ବବିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ରାଷ୍ଟ୍ରୀୟ ମହିଳା ସମ୍ମିଳନ ଅଧ୍ୟକ୍ଷା ଅଞ୍ଜୁ ସରାୱାଗୀ, ରାଷ୍ଟ୍ରୀୟ ସଚିବ ନିଶା ମୋଦି, ପୂର୍ବତନ ଅଧ୍ୟକ୍ଷା ପ୍ରେମା ପନଶାରୀ ଓ ପୁଷ୍ପା ଖେତାନଙ୍କ ସମେତ ପ୍ରାଦେଶିକ ମହିଳା ସମ୍ମେଳନର କର୍ମକର୍ତ୍ତା ମାନେ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ ପ୍ରାଦେଶିକ ମହିଳା ସମ୍ମେଳନର ସମ୍ପାଦକ ପିଙ୍କି ମୋଦି ବାର୍ଷିକ ବିବରଣୀ ପାଠ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.